ରେଢ଼ାଖୋଲ: ମୋବାଇଲ ପାଇଁ ଝୁଲିପଡ଼ିଲା ନାବାଳକ । ରେଢ଼ାଖୋଲ ଆମ୍ବେଦକର ନଗରରେ ଘଟିଛି ଏହି ଅଘଟଣ ।
ଆମ୍ବେଦକର ନଗରରେ ଥିବା ଏକ ବଡ଼ ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ମିଳିଛି । ମୋବାଇଲ ଦେଖିବା ପାଇଁ ମା’ ବାରଣ କରୁଥିବାରୁ ନାବାଳକ ପ୍ରାଣହାରି ଦେଇଥିବା ସୂଚନା ।
ଘଟଣାର ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଘଟଣାର ତଦନ୍ତ ଆରମ୍ଭ କରିଛି ।
ରେଢ଼ାଖୋଲରେ ଏ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମୋବାଇଲ ପାଇଁ ବହୁ ପିଲା ସେମାନଙ୍କ ଅମୂଲ୍ୟ ଜୀବନ ହାରି ଦେଉଥିବାର ଦେଖିବାକୁ ମିଳିଛି ।