fbpx

ବିଶ୍ୱ ପଶୁ ଦିବସ ଅବସରରେ ଗାନ୍ଧୀ ପରିବାରକୁ ଆସିଲା କୁନି ଅତିଥି ‘ନୁରୀ’, କୋଳରେ ଧରି ନିଜର ଖୁସି ଜାହିର କଲେ ସୋନିଆ

ନୂଆଦିଲ୍ଲୀ: ବିଶ୍ୱ ପଶୁ ଦିବସ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ନିଜ ପରିବାର ଏକ ନୂଆ ସଦସ୍ୟଙ୍କ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗାନ୍ଧୀ ପରିବାର ଏହି ନୂଆ ସଦସ୍ୟ ନାମ ନୁରୀ ଓ ଏହା ସେ ମା’ ସୋନିଆ ଗାନ୍ଧୀଙ୍କୁ ଉପହାର ଆକାରରେ ଭେଟି ଦେଇଛନ୍ତି । ରାହୁଲ ନୁରୀକୁ ଗୋଆରୁ ଆଣିଛନ୍ତି ।

ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଏକ ଭିଡିଓରେ ରାହୁଲ ନିଜ ଗୋଆ ଯାତ୍ରାର ଅନୁଭୂତି ସେୟାର କରିଛନ୍ତି । ସେ ସେଠାରେ ଏକ ପରିବାର ସହ ସାକ୍ଷାତ ସମୟରେ ସେଠାରୁ ନୁରୀକୁ ପାଇଥିଲେ । ଗୋଆରୁ ଫେରିବା ପରେ ସେ ନୂଆଦିଲ୍ଲୀ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ ଓ ସେଠାରେ ମା’ଙ୍କୁ ନୁରୀକୁ ଉପହାର ଆକାରରେ ପ୍ରଦାନ କରିଥିଲେ । ଫେରିବା ସମୟରେ ରାହୁଲ ଗାନ୍ଧୀ ମେଟ୍ରୋରେ ଆସିବା ସହ ନୁରୀକୁ ମଧ୍ୟ ସାଙ୍ଗରେ ଆଣିଥିଲେ ।

ଗୋଆ ଗସ୍ତ କରିଥିବା ସମୟରେ ରାହୁଲ ଗାନ୍ଧୀ କୁକୁର ପାଳନ କରୁଥିବା ଶରବାନୀ ପିତ୍ରେ ଓ ତାଙ୍କ ପତି ଷ୍ଟେନଲି ବ୍ରାଙ୍ଗାକାଙ୍କ ଘରେ ପହଞ୍ଚିଥିଲେ । ସେଠାରୁ ସେ ଏହି ନୁରୀକୁ ଆଣିଥିଲେ । ପ୍ରଥମେ ସୋନିଆ ଗାନ୍ଧୀ ନୁରୀକୁ ରଖିବା ନେଇ ଅନିଚ୍ଛୁକ ଥିଲେ । କିନ୍ତୁ ପରେ ସେ ନୁରୀକୁ ଦେଖିବା ପରେ ତା ପ୍ରେମରେ ପଡିଯାଇଥିଲେ ଓ ତାକୁ କୋଳେଇ ନେଇଥିଲେ । ରାହୁଲ ଗାନ୍ଧୀ କହିଥିଲେ ନୁରୀ ୨-୩ ଘଣ୍ଟାର ଟ୍ରେନ ଯାତ୍ରା କରି ଦିଲ୍ଲୀରେ ପହଞ୍ଚିଥିଲା । ସୋନିଆ ଗାନ୍ଧୀ ଏହି ଉପହାର ଲାଗି ରାହୁଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.