fbpx

ଲିଭ ଇନ ରିଲେସନ: କୋର୍ଟରୁ ଦୁଷ୍କର୍ମକାରୀଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ବମ୍ବେ ସେସନ କୋର୍ଟ ପକ୍ଷରୁ ଜଣେ ଦୁଷ୍କର୍ମକାରୀଙ୍କୁ ଆଶ୍ୱସ୍ତି । ଏକ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବମ୍ବେ ସେସନ କୋର୍ଟ ଦେଇଛନ୍ତି ଅଗ୍ରୀମ ଜାମିନ । ଅଭିଯୋଗକାରୀ ସହ ଅଭିଯୁକ୍ତର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଥିବା ନେଇ ପ୍ରମାଣ ଉପସ୍ଥାପନ ପରେ କୋର୍ଟ ଅଗ୍ରୀମ ଜାମିନ ଦେଇଛନ୍ତି । ମୁମ୍ବାଇର କୋଲାବ ଥାନାରେ ହୋଇଥିବା ଯୌନ ଉତ୍ପୀଡନ ମାମଲାରେ କୋର୍ଟଙ୍କ ସମ୍ମୁଖରେ ଅଭିଯୁକ୍ତ ପକ୍ଷରୁ ଅଭିଯୁକ୍ତ ଓ ଅଭିଯୋଗକାରୀ ମଧ୍ୟରେ ଲିଭ ଇନ ରିଲେସନସିପକୁ ନେଇ ହୋଇଥିବା ଚୂକ୍ତିନାମା ଉପସ୍ଥାପନ କରାଯାଇଥିଲା ।
ଅଗଷ୍ଟ ୧, ୨୦୨୪ରୁ ଜୁନ ୩୦, ୨୦୨୫ ପର୍ଯ୍ୟନ୍ତ ହୋଇଥିବା ଏହି ଚୁକ୍ତିରେ ଉଭୟଙ୍କ ମଧ୍ୟରେ ୭ଟି ବିନ୍ଦୁ ଉପରେ ସହମତି ହୋଇଥିଲା । ଏହି ଦସ୍ତାବିଜରୁ ଉଭୟଙ୍କ ସହମତିରେ ସମ୍ପର୍କ ସ୍ଥାପନ ହୋଇଥିବା ଜଣାପଡିଛି । ତେଣୁ ଅଭିଯୋଗକାରୀଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ ଥିବା କୋର୍ଟ ଜାଣିବାକୁ ପାଇଛନ୍ତି ।
କିନ୍ତୁ ଅଭିଯୋଗକାରୀ ଦସ୍ତାବିଜର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ । ଏଗ୍ରିମେଣ୍ଟରେ ଥିବା ଦସ୍ତଖତ ଅଭିଯୋଗକାରିଣୀଙ୍କର ନୁହେଁ ବୋଲି ସେ ଦାବି କରିଥିଲେ । ତଥାପି କୋର୍ଟ ସେହି ଚୁକ୍ତିନାମାକୁ ପ୍ରମାଣଭାବେ ଗ୍ରହଣ ପୂର୍ବକ ଶୁଣାଣି କରିଥିଲେ । ଶୁଣାଣି କାଳରେ ତଥ୍ୟ, ପ୍ରମାଣର ପରୀକ୍ଷା କରି ଉଭୟଙ୍କ ମଧ୍ୟରେ ଥିିବା ସମ୍ପର୍କରେ କୌଣସି ବାଧ୍ୟବାଧକତା ବା ଜୋରଜବରଦସ୍ତି ହୋଇଥିବାର ପ୍ରମାଣ ମିଳି ନ ଥିବା କୋର୍ଟ ହୃଦୟଜ୍ଞମ କରିଥିଲେ ।
ଏହା ବ୍ୟତୀତ, ଉଭୟଙ୍କ ମଧ୍ୟରେ ସମ୍ପର୍କ ୨୦୨୩ ଅକ୍ଟୋବରରୁ ସ୍ଥାପନ ହୋଇଥିଲେ ମଧ୍ୟ ପୂର୍ବରୁ ଏନେଇ ଅଭିଯୋଗ ହୋଇନଥିବାକୁ ନେଇ ଏକ ମୁଖ୍ୟ କଡି ଭାବେ ଗ୍ରହଣ କରିଥିଲେ କୋର୍ଟ । ତେଣୁ ଘଟଣାରେ କୋର୍ଟ ଅଭିଯୁକ୍ତକୁ ୨୫ ହଜାରର ସିକ୍ୟୁରିଟି ଉପରେ ଅଗ୍ରୀମ ଜାମିନ ମଞ୍ଜୁର କରିଛନ୍ତି ।

Get real time updates directly on you device, subscribe now.