fbpx

ଲିଭ-ଇନରେ ରହିବାକୁ ଚାହୁଁଛନ୍ତି କି? ପ୍ରଥମେ ଆପଣଙ୍କ ବାପା-ମାଆଙ୍କୁ ଜଣାଇବେ ସରକାର, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା ଉତ୍ତରାଖଣ୍ଡର ଅନୁସନ୍ଧାନ ରିପୋର୍ଟ ଆଜି ଜାରି କରିଛନ୍ତି । ଏହି ବିଲ୍ କୁ ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ ଏବଂ ୟୁସିସି ବିଲ୍ କୁ ଲାଗୁ କରିବା ରାଜ୍ୟ ମଧ୍ୟରେ ପ୍ରଥମ ରାଜ୍ୟ ହେବ । ୟୁସିସି ବିଲରେ ବିବାହ ଏବଂ ଛାଡପତ୍ର, ଅତ୍ତରାଧିକାରୀ, ଲିଭ ଇନ ରିଲେସନସିପର ନିୟମମାନ ବିଷୟରେ ବିସ୍ତାର ଭାବେ ଚର୍ଚ୍ଚା କରାଯାଇଛି । ଏହି ଅନୁସନ୍ଧାନ ରିପୋର୍ଟକୁ ୪ ଖଣ୍ଡରେ ବଣ୍ଟା ଯାଇଛି ଏବଂ ଏହାକୁ ସାର୍ବଜନୀନ କରିବାର ଉଦ୍ଦେଶ୍ୟ ମଧ୍ୟ ଏହା ଯେ, ଏହାକୁ ଲାଗୁ କାରିବା ପୂର୍ବରୁ ନୂଆ ଆଇନ ବିଷୟରେ ରାଜ୍ୟର ଜନତା ଭଲଭାବେ ବୁଝିଯାଆନ୍ତୁ । ଏହାର ଭାଗ ତିନିରେ ଲିଭ ଇନ ବିଷୟରେ କୁହାଯାଇଛି । ପେଜ ୧୬୮ ଟାରୁ ନେଇ ୧୭୧ ପର୍ଯ୍ୟନ୍ତ ଲିଭ-ଇନ ବିଷୟରେ ବିସ୍ତୃତଭାବେ ଚର୍ଚ୍ଚା କରାଯାଇଛି ।

ୟୁନିଫର୍ମ ସିଭିଲ କୋଡ ବିଲ୍ କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ରହିଛି । ୟୁସିସିରେ ଲିଭ ଇନ ରିଲେସନସିପରେ ଏହାକୁ ନେଇ ଅନେକ ନିୟମ କରାଯାଇଛି । ସର୍ବପ୍ରଥମ ନିୟମ ଏହା ଯେ, ବର୍ତ୍ତମାନ ଲିଭ ଇନରେ ରହୁଥିବା ଲୋକଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ । ୧୮ ରୁ ୨୧ ବର୍ଷୀୟ ଯୋଡିମାନେ ଲିଭ-ଇନରେ ରହିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ରେଜିଷ୍ଟ୍ରେସନ କରିବା ପାଇଁ ଝିଅ-ପୁଅଙ୍କ ମାଆ-ବାପାଙ୍କୁ ମଧ୍ୟ ସୂଚନା ସରକାରଙ୍କ ପକ୍ଷରୁ ଦିଆଯାଇଛି । ମାଆ-ବାପାଙ୍କ ଅନୁମତି ପରେ ଲିଭ ଇନ ରିଲେସନସିପର ରେଜିଷ୍ଟ୍ରେସନ କରାଯିବ ।

ଯଦି ଲିଭ ଇନରେ ରହୁଥିବା ଯୋଡିଙ୍କ ବୟସ ୨୧ ବର୍ଷରୁ ଅଧିକ ତେବେ ତାଙ୍କୁ ମଧ୍ୟ ରେଜି ଷ୍ଟ୍ରେସନ କରିବାକୁ ପଡିବ । ହେଲେ ତାଙ୍କ ପାଇଁ ମାଆ-ବାପାଙ୍କ ସହମତିର ଆବଶ୍ୟକତା ପଡିବ ନାହିଁ ।

Get real time updates directly on you device, subscribe now.