fbpx

ଲିିଭର-କିଡ୍‌ନୀ ହୋଇଯିବ ଖରାପ, ମସ୍ତିଷ୍କ ଉପରେ ବି ପଡିବ ପ୍ରଭାବ, ଭେଜାଲ ଲୁଣକୁ ଏହିପରି ଚିହ୍ନନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ଖାଦ୍ୟପଦାର୍ଥ ଭେଜାଲ ମିଳୁଛି । ଲୁଣ ବି ଏଥିରୁ ବାଦ୍ ପଡିନାହିଁ । ତେବେ ବଜାରରେ ମିଳୁଥିବା ଭେଜାଲ ଲୁଣକୁ ଖାଲି ଆଖିରେ ଚିହ୍ନିବା ଏତେ ସହଜ ନୁହେଁ ।
ଲୁଣ ବିନା ଖାଦ୍ୟ ପୁରା ସ୍ୱାଦହୀନ ହୋଇଯାଏ । ଏହା ବ୍ୟତିତ ଲୁଣ ନ ଖାଇବା ଦ୍ୱାରା ଆମେ ବହୁ ରୋଗର ଶିକାର ବି ହୋଇଥାଉ । ଲୁଣ ହାଡ ମଜଭୁତ ରଖିବା ଓ ସୁଗାର କଣ୍ଟ୍ରୋଲ ଲାଗି ବହୁତ ଆବଶ୍ୟକ ହୋଇଥାଏ । ଶରୀରରେ ଭଲ ରକ୍ତ ସଞ୍ଚାଳନ ପାଇଁ ବି ଲୁଣ ଖାଇବା ନିହାତି ଆବଶ୍ୟକ । ଏପରି ସ୍ଥିତିରେ ଯଦି ଆମେ ଭେଜାଲ ବା କେମିକାଲଯୁକ୍ତ ଲୁଣ ବ୍ୟବହାର କରୁଛୁ ତେବେ ଏହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ । ଏହାସହିତ ଭେଜାଲ ଲୁଣ ରକ୍ତ ମାଧ୍ୟମରେ ଶରୀରର ଅନ୍ୟ ଅଙ୍ଗକୁ ବି ପ୍ରଭାବିତ କରିଥାଏ । ଏପରି ସ୍ଥିତିରେ ଆପଣ ଲିଭର ସମସ୍ୟା, ଉଚ୍ଚ ରକ୍ତଚାପ, ହାର୍ଟ ସମସ୍ୟା, ଷ୍ଟ୍ରୋକ୍ ଆଦି ଗମ୍ଭୀର ରୋଗର ଶିକାର ବି ହୋଇପାରନ୍ତି । ତେବେ ଭେଜାଲ ଲୁଣ ଚିହ୍ନିବେ କିପରି ଆସନ୍ତୁ ଜାଣିବା ।
ଭେଜାଲ ଲୁଣ ଚିହ୍ନିବେ କିପରି:
ଗୋଟିଏ ଆଳୁ ନିଅନ୍ତୁ । ଏହାକୁ ମଝିରୁ କାଟି ଦୁଇ ଫାଳ କରିନିଅନ୍ତୁ । ଆଳୁ ଖଣ୍ଡ ଉପରେ ସାଧା ଲୁଣ କିମ୍ବା ସୈନ୍ଧବ ଲବଣ ଲଗାନ୍ତୁ । ଏହା ସହିତ ଏହା ଉପରେ ୨ ବୁନ୍ଦା ଲେମ୍ବୁ ରସ ପକାନ୍ତୁ । ଯଦି କିଛି ସମୟ ପରେ ଆଳୁର ରଙ୍ଗ ବଦଳୁଥିବାର ଦେଖିବେ ତେବେ ଜାଣିବେ ଏହା ଭେଜାଲ ଲୁଣ । ଯଦି ଲୁଣ ଶୁଦ୍ଧ ତେବେ ଆଳୁ ରଙ୍ଗ ବଦଳିବ ନାହିଁ ।

Get real time updates directly on you device, subscribe now.