fbpx

ଏସିଏଫ୍ ଓ ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା ସ୍ଥଗିତ: ଓପିଏସସି ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସହକାରୀ ବନ ସଂରକ୍ଷକ (ଏସିଏଫ), ଗ୍ରୁପ-ଏ (ଜେବି) ଓ ଫରେଷ୍ଟ ରେଞ୍ଜର, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଅପଡେଟ୍ । ଏହି ପଦ ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ପ୍ରାର୍ଥୀମାନଙ୍କୁ ସୂଚିତ କରିଦିଆଯାଇଛି ।

ମାର୍ଚ୍ଚ ମାସ ୨୭ ତାରିଖରୁ ଏପ୍ରିଲ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ପଦର ଲିଖିତ ପରୀକ୍ଷା ଆୟୋଜନ ନେଇ ପୂର୍ବରୁ ଓପିଏସସି ପକ୍ଷରୁ ଶିଡ୍ୟୁଲ କରାଯାଇଥିଲା । ମାତ୍ର ଏବେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନୂଆ ପରୀକ୍ଷା ତାରିଖ ବାବଦରେ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଯିବ । ଏ ବାବଦରେ ଅପଡେଟ୍ ପାଇବା ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ ଓପିଏସସିର ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ସମସ୍ତ ପଦ ପାଇଁ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ଆଦି ୫ଟି ଜୋନରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟ।। ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଓ ଦ୍ୱିପ୍ରହର ୨ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ପ୍ରାର୍ଥୀମାନେ ମାର୍ଚ୍ଚ ୨୧ ତାରିଖ ଠାରୁ ଆଡମିସନ ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ ବୋଲି ମଧ୍ୟ କୁହାଯାଇଥିଲା ।

 

Get real time updates directly on you device, subscribe now.