fbpx

ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟଗାର୍ଡ ଲିଖିତ ପରୀକ୍ଷାର ପରସେଣ୍ଟାଇଲ ସ୍କୋର ଜାରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦର ଲିଖିତ ପରୀକ୍ଷାର ପରସେଣ୍ଟାଇଲ ସ୍କୋର ଜାରି କରାଯାଇଛି । ପ୍ରାର୍ଥୀମାନେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପୋର୍ଟାଲକୁ ଯାଇ ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ନିଜ ନିଜର ପରସେଣ୍ଟାଇଲ ସ୍କୋର ଜାଣି ପାରିବେ । ଖୁବଶୀଘ୍ର ଶାରୀରିକ ପରୀକ୍ଷାର ପ୍ରୋଗ୍ରାମ ଓ ସ୍କ୍ରିନିଂ ଲିଷ୍ଟ ଜାରି କରାଯିବ । ଆସନ୍ତା ମାସରେ ଫିଜିକାଲ ଟେଷ୍ଟ ଅନୁଷ୍ଠିତ ହେବ । ନିଯୁକ୍ତି ବାବଦରେ ଅପଡେଟ୍ ଜାଣିବା ପାଇଁ ନିୟମିତ ଭାବେ ଆୟୋଗ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ମେ ମାସରେ ଏହି ସମସ୍ତ ପଦର ଲିଖିତ ପରୀକ୍ଷାର ଆନସର କୀ ଜାରି କରାଯାଇଥିଲା । ଏପ୍ରିଲ ୨୪ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଆନସର କୀ’କୁ ନେଇ ପ୍ରାର୍ଥୀମାନେ ମେ ୨୩ ପୂର୍ବରୁ ଅଭିଯୋଗ ଦାଖଲ କରିଥିଲେ । ଇ-ମେଲ, ପୋଷ୍ଟରେ ଅଭିଯୋଗ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଥିଲା । ସେହିପରି ଏପ୍ରିଲ ମାସରେ ଏହି ନିଯୁକ୍ତିକୁ ନେଇ ୫ଟି ନିୟମ ସଂଶୋଧନ କରାଯାଇ ବିଜ୍ଞପ୍ତି ଜାରି କରାଯାଇଥିଲା ।

ରେଜଲ୍ଟ ଲିଙ୍କ: https://www.osssc.gov.in/Docs/CRE-II-Percentile_Score-1371.pdf

Get real time updates directly on you device, subscribe now.