fbpx

ଲୋନ୍ ପାଇଁ ମଧ୍ୟ ରହିଛି ବୀମା ସୁବିଧା ! ମିଳିବ ଅନେକ ଲାଭ , ଜାଣନ୍ତୁ ଏହି ବୀମାର ଆବଶ୍ୟକତା ଓ ବ୍ୟବହାର ସମ୍ପର୍କରେ …

ନୂଆଦିଲ୍ଲୀ : ଲାଇଫ୍ ଇନସ୍ୟୁରାନ୍ସ , ହୋମ୍ ଇନସ୍ୟୁରାନ୍ସ ଓ କାର ଇନସ୍ୟୁରାନ୍ସ ଭଳି ଲୋନ୍ ର ମଧ୍ୟ ଇନସ୍ୟୁରାନ୍ସ ବା ବୀମା ରହିଛି । ତେଣୁ ଆପଣ ଲୋନ୍ ଉପରେ ମଧ୍ୟ ବୀମା କରିପାରିବେ । ପର୍ସନାଲ, ଘର ଓ ଜମି ଲୋନ୍ ଉପରେ ବୀମା କରିପାରିବେ । ଯାହା ପରବର୍ତ୍ତୀ କଠିନ ସମୟରେ ବହୁତ ସାହାଯ୍ୟ କରିବ ।

ଲୋନ୍ ବୀମା କରିଥିବା ବ୍ୟକ୍ତି ର ଆୟର ଉତ୍ସ ଶେଷ ହେଲେ କିମ୍ବା ସେ ମରିଗଲେ , ତେବେ ସେ ପ୍ରତି ମାସରେ ଲୋନ୍ କିସ୍ତି ଦେବାକୁ ସେହି ବ୍ୟକ୍ତିର ପରିବାର ଲୋକ ବାଧ୍ୟ ନୁହେଁ । ଏଭଳି ପରିସ୍ଥିତିରେ ବୀମା ରାଶିରୁ ବକେୟା ଲୋନ୍ କିସ୍ତି ଦିଆଯାଇପାରିବ ।

ଆସନ୍ତୁ ଜାଣିବା ପର୍ସନାଲ ଲୋନ୍ କିମ୍ବା ଘର ଲୋନ ଉପରେ ବୀମା ନେବାରେ କ’ଣ ଲାଭ ରହିଛି?

ଚାକିରି କାଳ ମଧ୍ୟରେ ପ୍ରତିମାସରେ ଆପଣ ଲୋନ୍ କିସ୍ତି ସହିତ ଲୋନ ବୀମାର ପ୍ରିମିୟମ ଭରି ପାରିବେ । କାରଣ ପ୍ରତ୍ୟେକ ମାସର ବେତନର ଏକ ଅଂଶ ଲୋନର EMI ପରିଶୋଧ କରିବାରେ ଖର୍ଚ୍ଚ କରିପାରିବ । ଏହା ଆପଣଙ୍କୁ ଖରାପ ସମୟରେ ଅନେକ ଲାଭ ଦେବ । ଆୟର ଉତ୍ସ ନଥିବା ସମୟରେ ଆପଣଙ୍କୁ କୌଣସି ଚିନ୍ତା କରିବାକେୁ ପଡିବ ନାହିଁ । ମୃତ୍ୟୁ ପରେ ମଧ୍ୟ ଆପଣଙ୍କ ପରିବାର ଏଥିରୁ ବର୍ତ୍ତିଯାଇପାରିବେ । ଏହି ବୀମା ପ୍ରିମିୟମରୁ ଲୋନର କିସ୍ତି ଦିଆଯାଇପାରିବ ।

ଏହା ବ୍ୟତୀତ କିଛି ଲୋନ ବୀମା ପଲିସି ଟିକସ ସଞ୍ଚୟରେ ମଧ୍ୟ ଉପଯୋଗୀ ହୋଇପାରେ । ତେବେ ଲୋନ୍ ବୀମା ପ୍ରିମିୟମ ଆପଣଙ୍କ ବୟସ, ସ୍ୱାସ୍ଥ୍ୟ, କାର୍ଯ୍ୟକାଳ ଆଧାରରେ ସ୍ଥିର କରାଯାଏ । ଯଦି ଆପଣ କୌଣସି କାରଣରୁ ବିକଳାଙ୍ଗ ହେଉଛନ୍ତି ତାହାଲେ ଏଧ୍ୟ ଏହି ଇନସ୍ୟୁରାନ୍ସ କଭର କରିଥାଏ ।

Get real time updates directly on you device, subscribe now.