fbpx

ଆସନ୍ତା ଫେବୃଆରୀ ୧ରୁ ଚାଲିବ ଲୋକାଲ୍ ଟ୍ରେନ୍, ହେଲେ ମାନିବାକୁ ପଡ଼ିବ ସର୍ତ୍ତ

ମୁମ୍ବାଇ, ୨୯ା୧ (ଓଡିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ ମୁମ୍ବାଇ ମହାନଗରୀରେ ଚାଲିବ ଲୋକାଲ୍ ଟ୍ରେନ୍ । ତେବେ ଯାତ୍ରୀମାନେ ସ୍ଲଟ୍ ବୁକିଂ ମାଧ୍ୟମରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି । କୋଭିଡ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସଠାରୁ ମୁମ୍ବାଇର ଲୋକାଲ ଟ୍ରେନକୁ ବାତିଲ କରାଯାଇଥିଲା । ତେବେ ଆସନ୍ତା ସୋମବାରଠାରୁ ପୁଣି ଟ୍ରେନ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଛି ।

ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ ଚାଲିବା ନେଇ ସରକାରଙ୍କ ପକ୍ଷରୁ ଅନେକ ସର୍ତ୍ତ ରଖାଯାଇଛି । ସାଧାରଣ ଲୋକ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୪ରୁ ରାତି ୯ଟା ମଧ୍ୟରେ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ଏହି ସୂଚିତ ସମୟ ମଧ୍ୟରେ ଲୋକଙ୍କର ଜରୁରୀ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରା ପାଇଁ ଅନୁମତି ଦିଆଯିବ । ସରକାରଙ୍କ ପକ୍ଷରୁ ଯଦିଓ ନିର୍ଦ୍ଦେଶାବଳୀ ଜାରି କରାଯାଇଛି, ତେବେ ରେଲୱେ କର୍ତ୍ତୃପକ୍ଷ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.