fbpx

(Video)ମାଛ କିଣିବା ପାଇଁ ଟ୍ରେନକୁ ଅଟକାଇଦେଲେ ଲୋକୋପାଇଲଟ୍‌, ଭିଡିଓ ହେଉଛି ଭାଇରାଲ

ଓଡ଼ିଶା ଭାସ୍କର: ଭାରତରେ କିଛି ବି ସମ୍ଭବ ହୋଇପାରିବ । ଆପଣ କାହା ନା କାହା ମୁହଁରୁ ଏପରି କଥା ନିଶ୍ଚୟ ଶୁଣିଥିବେ । ତେବେ ଲୋକମାନେ ଏପରି କଥା ଖାଲିଟାରେ କହି ନଥାନ୍ତି । ଏଠାରେ ଏପରି କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ ଯାହା ଦେଖିବା ପରେ ଲୋକମାନେ ଏହା କହିବାକୁ ବାଧ୍ୟ ହୋଇଥାନ୍ତି । ଏଠାରେ କେଉଁଠି ରାତାରାତି ପୁଷ୍କରିଣୀ ଗାଏବ ହୋଇଯାଉଛି ତ ଆଉ କେଉଁଠି ରେଳଧାରଣା ବି ଚୋରି ହୋଇଯାଉଛି । ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଏହିପରି ଅଜବ ଖବର ନଜରକୁ ଆସିଥାଏ । ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଏକ ଅଜବ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ କି ଲୋକମାନେ ନିଜ ନିଜର ଗାଡି ଅଟକାଇ ଛିଡା ହୋଇଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ଦୌଡି ଦୌଡି ଆସୁଥିବାର ନଜର ଆସୁଛନ୍ତି । ଭିଡିଓ କରୁଥିବା ବ୍ୟକ୍ତି ସେହି ବ୍ୟକ୍ତିଙ୍କୁ ଫୋକସ କରି କ୍ୟାମେରା ମୁଭ୍ କରୁଛନ୍ତି । ଏହି ସମୟରେ ଜଣାପଡୁଛି କି ସେ ହେଉଛନ୍ତି ଟ୍ରେନର ଲୋକୋପାଇଲଟ୍ ଓ ସେ ଟ୍ରେନକୁ ଫାଟକ ପାଖରେ ଅଟକାଇ ରଖିଛନ୍ତି । କିଛି ସମୟରେ ସେ ପୁଣି ଟ୍ରେନରେ ଚଢି ସବୁଜ ପତାକା ଦେଖାଉଛନ୍ତି ଓ ଟ୍ରେନ ପୁଣି ଆଗକୁ ଗଡୁଛି । ତେବେ ଭିଡିଓରେ କୁହାଯାଇଛି କି ବ୍ୟକ୍ତି ଜଣକ କେରଳରେ ମାଛ କିଣିବା ଲାଗି ଟ୍ରେନକୁ ଏହିପରି ଅଟକାଇଥିଲେ । ଭିଡିଓକୁ ଟୁଇଟରରେ @HasnaZaruriHai ନାମକ ପେଜ୍‌ରେ ସେୟାର କରାଯାଇଛି ଓ କ୍ୟାପସନରେ ଲେଖାଯାଇଛି ‘ଭାରତରେ ମନୋରଞ୍ଜନ ଖୁରାକର ଅଭାବ ନାହିଁ’ ।

Get real time updates directly on you device, subscribe now.