(Video) ନାବାଳକକୁ କଳକୀ ଅବତାର କହି ପୂଜା କରିବା ପ୍ରସଙ୍ଗ, ମାମଲା ରୁଜୁ କଲା ଶିଶୁ ଆୟୋଗ

ଭୁବନେଶ୍ବର : ନାବାଳକକୁ କଳ୍ପୀ ଅବତାର କହି ପୂଜା କରିବା ପ୍ରସଙ୍ଗରେ ପୋଲିସର ଆକ୍ଟିଭ ମୋଡ । ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ଶିଶୁ ଆୟୋଗ । ମାମଲା ରୁଜୁ କରିବା ସହିତ ଭରତପୁର ଥାନାକୁ ରିପୋର୍ଟ ତଲବ କରାଯାଇଛି । 15 ଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ଶିଶୁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାସହିତ ଘଟଣାର ତଦନ୍ତ କରିବା ପାଇଁ ସିଡବ୍ଲୁସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଖବରଅନୁସାରେ, ଜଣେ ନାବାଳକକୁ ଭଗବାନଙ୍କ ଆଖ୍ୟା ଦେବା ସହିତ ପାଦ ତଳେ ଫୁଲ, ତୁଳସୀ ଦେଇ ପୂଜା କରାଯାଉଥିଲା । ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ଏହି ଭିଡିଓ ସାମ୍ନାକୁ ଆସିଥିଲା ।  କେତେ ଦିନରୁ ଏଭଳି ଚାଲୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସବୁଆଡୁ ବିରୋଧ କରାଯିବା ସହିତ ଉତ୍ତେଜନା ଦେଖାଯାଇଥିଲା । ଲୋକଙ୍କ କହିବା ଅନୁସାରେ, ତାଙ୍କୁ କଳିଯୁଗର କଳ୍କୀ ମଧ୍ୟ କୁହାଯାଉଥିଲା । ଲୋକେ ତାଙ୍କୁ ପୂଜା କରିବା ସହିତ ନିଜ ଦୁଃଖ ଜଣାଉଥିବା ବେଳେ ତାଙ୍କ ପାଟିରୁ କେବେ କଥା ଶୁଣିନଥିବା କହିଛନ୍ତି ଲୋକେ । ପାଦତଳେ ତୁଳସୀ ପୂଜା ମହାପାପ ବା ବଡ ଅସମ୍ମାନ କହି ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।