fbpx

‘ପିଏମ ମୋଦୀ ନିଜକୁ କହୁଥିଲେ ଅବତାର’, ଅଯୋଧ୍ୟାରେ ଜିତିବା ପରେ ଏପରି କହିଲେ ଅୱଦେଶ ପ୍ରସାଦ

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ହାରିବା ଦେଖିବାକୁ ମିଳିଛି । ଅଯୋଧ୍ୟର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁଠାରେ ସମାଜଦାବୀ ପାର୍ଟୀର ଅୱଦେଶ ପ୍ରସାଦ ବିଜୟୀ ହୋଇଛନ୍ତି । ଅଯୋଧ୍ୟାରେ ନିଜ ବିଜୟୀରେ ସପା ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସିଟରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ହେଲେ ଯେତେବେଳେ ସେ ଜାଣିବାକୁ ପାଇଲେ ବିରୋଧୀ ଦଳ ମଜବୁତ ଅଛି ସେତେବେଳେ ସେ ଏଥିରୁ ଓହରି ଯାଇଥିଲେ ।

ସପା ନେତା ଅୱଦେଶ ପ୍ରସାଦ ଜିତିବା ପରେ ଅଯୋଧ୍ୟାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ନିର୍ବାଚନ ମୁଁ ଜିତି ନାହିଁ । ଏହି ଅଞ୍ଚଳର ଦେବତୁଲ୍ୟ ଜନତା ଜିତାଇଛନ୍ତି । ସେ କହିଛନ୍ତି ଯେ, ଏହି ଲୋକେ କହୁଥିଲେ ରାମଙ୍କୁ ଆଣିଛନ୍ତି । ରାମ ସମସ୍ତଙ୍କ ମଧ୍ୟରେ ଅଛନ୍ତି । ସେମାନେ ରାମଙ୍କୁ ଆଣିନାହାନ୍ତି, ଏମାନେ ରାମଙ୍କ ନାମକୁ ନେଇ ବ୍ୟାପାର କରିବା ଲୋକେ । ଦେଶ ଜାଣିଯାଇଛି ଯେ, ଏମାନେ ନିଜେ ରାମ ହେଉଥିଲେ, ପ୍ରଧାନମନ୍ତ୍ରୀ ନିଜକୁ ଭାବୁଥିଲେ ସେ ନିଜେ ଅବତାରୀ । ସେ ସ୍ୱୟଂ ରାମ ସାଜୁଥିଲେ ।

ଅୱଦେଶ ପ୍ରସାଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଥର ଏଠାକୁ ଆସିଛନ୍ତି । ସେ ରୋଡ ଶୋ ମଧ୍ୟ କରିଛନ୍ତି, ହେଲେ ବିଜେପି ଏଠାରେ ହାରିଛନ୍ତି । ସେ ଦାବି କରିଛନ୍ତି ଯେ, ଅଯୋଧ୍ୟାରେ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ହେଲେ ତାଙ୍କୁ ରିପୋର୍ଟ କରାଯାଇଥିଲା ଯେ, ବିରୋଧୀ ପ୍ରାର୍ଥୀ ମଜବୁତ, ସଚ୍ଚୋଟ ଏବଂ ଲୋକପ୍ରିୟ ଅଟନ୍ତି । ସେଥିପାଇଁ ସେ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଇଛନ୍ତି ।

Get real time updates directly on you device, subscribe now.