fbpx

ଦେଶରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ: ୯୬ ଲୋକସଭା ଆସନରେ ଚିଲିଛି ଭୋଟିଂ

Advertisement

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। ପ୍ରତି ବୁଥ୍ ଉପରେ ସିସିଟିଭିର କଡ଼ା ନଜର ରହିଛି।

ମତଦାନ ଆରମ୍ଭ ହୋଇଥିବା ଲୋକସଭା ଆସନ ମଧ୍ୟରେ ଉତ୍ତରପ୍ରଦେଶର ୧୩ ଟି ଲୋକସଭା ଆସନ, ବିହାରର ୫ ଲୋକସଭା ଆସନ, ଝାଡ଼ଖଣ୍ଡର ୪ ଆସନ, ମହାରାଷ୍ଟ୍ରର ୧୧ , ଓଡିଶାର ୪, ମଧ୍ୟପ୍ରଦେଶର ୮, ପଶ୍ଚିମବଙ୍ଗର ୮ଟି, ଜମ୍ମୁ କଶ୍ମୀର ଗୋଟିଏ, ତେଲେଙ୍ଗାନାର ୧୭ ଲୋକସଭା ଆସନ ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନ ରହିଛି।

ଏହା ସହିତ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶର ଶାହାଜାହାନପୁର, ଖେରୀ, ସୀତାପୁର, ଧୈରାହରା, ହର୍ଦୋଇ, ମିସ୍ରିକ୍, ଉନ୍ନାଓ, ଫାରୁଖାବାଦ, ଇଟାୱା, କ‌ନ୍ନୌଜ, କାନପୁର, ଆକବରପୁର ଏବଂ ବହରାଇଚ୍‌ରେ ମତଦାନ ଆରମ୍ଭ ହୋଇଛି।

ଲୋକସଭା ଆସନ ପାଇଁ ମୋଟ ୧,୭୧୭ ଜଣ ପ୍ରାର୍ଥୀ ଅଛନ୍ତି ଏବଂ ଏହି ପର୍ୟ୍ୟାୟରେ ୮.୭୩ ମହିଳାଙ୍କ ସମେତ ୧୭.୭୦ କୋଟିରୁ ଅଧିକ ଯୋଗ୍ୟ ଭୋଟରଙ୍କ ପାଇଁ ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୯ ଲକ୍ଷରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.