fbpx

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାଚସ୍ପତି ଓମ୍ ବିର୍ଲାଙ୍କ ତନୟା, ଜାଣନ୍ତୁ କ’ଣ ରହିଛି ମାମଲା ?

ନୂଆଦିଲ୍ଲୀ: କିଛି ଦିନ ହେବ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ତନୟା ଅଞ୍ଜଳୀ ବିର୍ଲାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଥିଲା । ଏନେଇ IRPS ଅଧିକାରୀ ଅଞ୍ଜଳୀ ବିର୍ଲା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଇଥିବା ପୋଷ୍ଟ ହଟାଇବା ନେଇ ସେ ଅଞ୍ଜଳୀ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଏଥିରେ ସେ ତାଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ହୋଇଥିବା ପୋଷ୍ଟକୁ ହଟାଇବା ପାଇଁ ଦାବି କରିଥିଲେ ।

ବାସ୍ତବରେ ସୋସିଆଲ ମିଡିଆରେ ଅଞ୍ଜଳୀଙ୍କ ବିରୋଧରେ କିଛି ପୋଷ୍ଟ କରାଯାଇଥିଲା ଯେଉଁଥିରେ ଉଲ୍ଲେଖ ଥିଲା କି ସେ କେବଳ ତାଙ୍କ ପିତାଙ୍କ ପ୍ରଭାବ ହେତୁ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଭଳି ଅଭିଯୋଗ ବିରୋଧରେ ଅଞ୍ଜଳୀ ଏକ ବୟାନରେ କହିଛନ୍ତି, ‘ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ । କିଛି ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଷଡ଼ଯନ୍ତ୍ରର ଏକ ଅଂଶ ଭାବେ ପରିଚାଳିତ କରାଯାଉଛି । ଏଭଳି ଭିତ୍ତିହୀନ ଅଭିଯୋଗ ଦ୍ୱାରା ତାଙ୍କ ପିତାଙ୍କ ଛବି ମଳିନ କରାଯିବା ପାଇଁ ପ୍ରୟାସ କରାଯାଉଛି ।’ ସେପଟେ ଏହି ମାମଲାର ତୁରିତ ବିଚାର ପାଇଁ ଜଷ୍ଟିସ ନବୀନ ଚାୱଲାଙ୍କ ପୀଠ ପ୍ରତିଶ୍ରୁତି ଦେଇଛି । ଅଞ୍ଜଳୀଙ୍କ ତରଫରୁ ବରିଷ୍ଠ ଓକିଲ ରାଜୀବ ନାୟର ତକ୍ରାଳ ଏହି ମାମଲାକୁ ସୂଚୀବଦ୍ଧ କରି ଶୁଣାଣି କରିବାକୁ ଦାବି କରିଥିଲେ । ଅଞ୍ଜଳୀ କହିଛନ୍ତି କି, କିଛି ଲୋକ ସତ୍ୟ ନ ଜାଣି ବିନା ପ୍ରମାଣରେ ତାଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି । ଏହାସହ ତାଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କଥା ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

୨୦୧୯ରେ ଅଞ୍ଜଳୀ ୟୁପିଏସସି ପରୀକ୍ଷା ଦେଇଥିଲେ ଏବଂ ୨୦୨୩ରେ ସେ ତାଙ୍କ ଟ୍ରେନିଂ ଶେଷ କରିଥିଲେ । ସେ ଇଣ୍ଡିଆନ୍ ରେଲୱେ ପର୍ସନାଲ ସର୍ଭିସ(IRPS) ଅଧିକାରୀ । କିନ୍ତୁ ସୋସିଆଲ ମିଡିଆରେ ତାଙ୍କୁ ଆଇଏଏସ୍ ଅଫିସର ବୋଲି ଦର୍ଶଯାଇଥିଲା । ଅପରପକ୍ଷରେ ଦିଲ୍ଲୀ ହାଇକୋର୍ଟ ଗୁଗୁଲ ଏବଂ ‘ଏକ୍ସ’କୁ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ପୋଷ୍ଟ ହଟାଇବାକୁ ଆଦେଶ ଦେଇଥିଲେ ।

 

Get real time updates directly on you device, subscribe now.