fbpx

OM BIRLA VS K. SURESH: ବାଚସ୍ପତି ନିର୍ବାଚନ, ‘ଆଇରିସ ସ୍ୱିଚ’ ଗେମ୍ ଖେଳୁଥିଲା ବିରୋଧୀ! ଜାଣନ୍ତୁ କେତେ କାମରେ ଆସିବ ଏ ଚାଲ

Advertisement

ଓଡିଶା ଭାସ୍କର: ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ସଂସଦ ମଧ୍ୟରେ ଚାଲିଥିଲା ଆଇରିସ ସ୍ୱିଚ ଗେମ୍ , ମାନେ ରାଜନୈତିକ ଭାଷାରେ ୟୁରୋପୀୟ ଦେଶ ଆୟରଲାଣ୍ଡରେ ଏହି ଶବ୍ଦର ବହୁଳ ବ୍ୟବହାର ହୋଇଥାଏ । ଲୋକସଭାର ବାଚସ୍ପତି ନିର୍ବାଚନ ବି ଏହାର ଅନ୍ତର୍ଭୁକ୍ତ ଥିଲା । ସଂସଦ ମଧ୍ୟରେ ନାମ ମାତ୍ର ବାଚସ୍ପତି ନିର୍ବାଚନ ହେଉଥିଲା । ଏହା ଇଣ୍ଡିଆ ମେଣ୍ଟର ଏକ ରଣନୀତି ଥିଲା ବୋଲି ଏବେ ଚର୍ଚ୍ଚା ଚାଲିଛି । ଇଣ୍ଡିଆ ମେଣ୍ଟ ଜଣାଇବାକୁ ଚାହୁଁଥିଲା ଯେ ଏଥର ବିରୋଧୀ ସଶକ୍ତ ଓ ରାଜନୀତୀରେ ପାରଙ୍ଗମ ବୋଲି । ଗତ ପାଞ୍ଚ ଦଶକ ମଧ୍ୟରେ ପ୍ରଥମଥର ପାଇଁ ଲୋକସଭାରେ ବାଚସ୍ପତି ନିର୍ବାଚନ ହୋଇଥିଲା । ଇଣ୍ଡିଆ ମେଣ୍ଟ ତରଫରୁ କେ.ସୁରେଶ ଓ ଏନଡିଏ ପକ୍ଷରୁ ଓମ୍ ବିର୍ଲା ମଧ୍ୟରେ ଏହି ବାଚସ୍ପତି ନାମକ ଆଇରିସ ସ୍ୱିଚ୍ ଗେମ ଚାଲିଥିଲା । ଯଦିଓ ବିରୋଧୀ ଜାଣିଥିଲା ଯେ ସେମାନେ ଏହା ଜିତିବେ ନାହିଁ ।

ବାଚସ୍ପତି ନିର୍ବାଚନ ପାଇଁ କେ.ସୁରେଶଙ୍କୁ ଆଗକୁ ଆଗକୁ ଆଣି ଇଣ୍ଡିଆ ମେଣ୍ଟ ରାଜନୀତିର ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଛି ସରକାରଙ୍କୁ । ସେମାନେ ଦେଖେଇବାକୁ ଚାହିଁଛନ୍ତି ଯେ ବିରୋଧ କ’ଣ କରିପାରେ । ଲୋକେ ବି ଜାଣିଲେଣି ଯେ ଏଥର ଶାସକ ଦଳ ପାଇଁ ସୁରୁଖୁରୁରେ ଶାସନ କରିବା ସେତେ ସହଜ ହେବନି । ସଂସଦରେ ଦେଶର ଲୋକଙ୍କ ପ୍ରତିଟି କଥାକୁ ଉପସ୍ଥାପନା କରି ସାମ୍ନାକୁ ଆଣିବ ବିରୋଧୀ । ସେ ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେଉ କି ଦରଦାମ ବୃଦ୍ଧି । ସେଥିପାଇଁ ଇଣ୍ଡିମେଣ୍ଟ ପାଇଁ ଏ ବାଚସ୍ପତି ନିର୍ବାଚନର ହାରଜିତ ବିଶେଷ କିଛି ଫରକ ପକାଇବ ନାହିଁ । ଆଇରିସ ସ୍ୱିଚ ଗେମ୍ ଭଳି ବିରୋଧୀ କେବଳ ସମସ୍ତ ପତ୍ତାର ବ୍ୟବହାର କରିଛି ଏଥିରେ । ଏହା ପୂର୍ବରୁ ଦେଶରେ କେବଳ ଦୁଇଥର ଲୋକସଭା ପାଇଁ ବାଚସ୍ପତି ନିର୍ବାଚନ ହୋଇଛି । ୧୯୫୨ ଓ ୧୯୭୬ ମସିହାରେ ଏହା ହୋଇଥିଲା । ରାଜନୀତିରେ ଯେ କେବଳ ଜିତିବାକୁ ଗୁରତ୍ତ୍ୱ ମନା ଯାଏ ତାହା ନୁହେଁ, ହାରିକି ବି ବାଜି ମାରିବା ବି ବେଳେବେଳେ ମହତ୍ତ୍ୱପୂର୍ଣ୍ଣ ହୋଇପଡେ ବୋଲି ରାଜନୀତି ବିଶେଷଜ୍ଞ ଏବେ ମତ ଦେଉଛନ୍ତି । ସେଥିପାଇଁ ବିରୋଧୀ ବାଚସ୍ପତି ନିର୍ବାଚନ ଲଢିଥିଲା ।

Get real time updates directly on you device, subscribe now.