fbpx

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା,୨୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ଲୁଟପାଟ୍ । ଏହାରି ମଧ୍ୟରେ ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ବେତନଟୀ ବଜାରରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।

ତେବେ ଗୋଟିଏ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସିଥିଲେ । ବ୍ୟବସାୟୀଙ୍କୁ ହାଣି ଟଙ୍କା ଲୁଟିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ବ୍ୟବସାୟୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.