fbpx

ଦୁର୍ବୃତ୍ତଙ୍କ କଳା ନଜରରୁ ବର୍ତ୍ତି ପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ: ଆଲମାରୀ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି

Advertisement

ଜମୁଇ: ଦେଶରେ ଚୋର ତସ୍କରଙ୍କ ଉତ୍ପାତ ବ୍ୟାପିବାରେ ଲାଗିଛି । ବିନା ଭୟରେ ଖୁଲ୍ଲମ ଖୁଲା ଲୁଟି ଚାଲିଛନ୍ତି ଦୁର୍ବୃତ୍ତ । ଏମାନଙ୍କ ଚୋର ନଜରରୁ ବର୍ତ୍ତି ପାରିନାହାନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ତାଲା ଭାଙ୍ଗି ଘରେ ପଶିବା ସହିତ ଆଲମାରୀ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଏ ଘଟଣା ହେଉଛି ବିହାରର ଜମୁଇ ଅଞ୍ଚଳରେ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପ୍ରସାଦସିଂହଙ୍କ ବନ୍ଦ ପଡିଥିବା ପୈତୃକ ଘର ଉପରେ ପଡିଛି ଦୁର୍ବୃତ୍ତଙ୍କ କଳା ନଜର । ଘରର ତାଲା ଭାଙ୍ଗି ପଶିବା ସହ ମୋଟ ପାଞ୍ଚ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ତେବେ ସ୍ଥାନୀୟ ଲୋକମାନେ ତାଲା ଭାଙ୍ଗିଥିବା ଦେଖି ଏଠାରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ପରିବାର ପାଟଣାରେ ରହୁଥିଲେ । ପୈତୃକ ଘରର ଦେଖାଶୁଣା କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ ପରିବାର ଲୋକ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୁତୁରା ହିମାଂଶୁ ଶେଖର । ଘରୁ କିଛି ଗହଣା, ବନାରସୀ ଶାଢୀ, କଂସା ପିତଳ ବାସନ ଏବଂ ଅନ୍ୟାନ୍ୟ କାଗଜପତ୍ର ଚୋରୀ ହୋଇତିବା କହିଛନ୍ତି ହିମାଂଶୁ । ତେବେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.