fbpx

ସୁଭଦ୍ରା ଫର୍ମ ଦେବା ନାଁରେ ଲୋକଙ୍କୁ ଠକୁଥିଲେ, ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ନିକଟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରାୟ ୧ କୋଟି ମହିଳା ଉପକୃତ ହେବେ । ବର୍ତ୍ତମାନ ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ଲୋଭ ଓ ଇର୍ଷ୍ୟା ଜାତ ହେଲାଣି । ସୁଭଦ୍ରା ନାଁରେ ଠକେଇ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଦମ୍ପତିଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନେ ସୁଭଦ୍ରା ଫର୍ମ ଦେବା ନାଁରେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଓ ଖାରବେଳ ନଗରରେ ଠକେଇ କରିଥିବା ଖବର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.