BREAKING: ତାଲା ଭାଙ୍ଗି ଘରୁ ଲୁଟ୍‌, ନେଇଗଲେ ୩୫ ଗ୍ରାମ ସୁନା ସହ ୧୫ ହଜାର ଟଙ୍କା

୩୫ ଗ୍ରାମ ସୁନା ସହ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ବ୍ୟକ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ୍‌।

ଖଲ୍ଲିକୋଟ: ମାତିଛନ୍ତି ଚୋର। ଘରୁ ତାଲା ଭାଙ୍ଗି ସୁନା ଗହଣା ଲୁଟ। ଖଲ୍ଲିକୋଟ ଜୟ ଦୂର୍ଗାନଗର ହାଟ ପଡ଼ିଆରେ ଜଣଙ୍କୁ ଘରୁ ଚୋରି କରିଛନ୍ତି ଲୁଟେରା।

୩୫ ଗ୍ରାମ ସୁନା ସହ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ବ୍ୟକ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ୍‌। ୨ ସପ୍ତାହ ମଧ୍ୟରେ ୬ଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଏବେ ଖଲ୍ଲିକୋଟରେ ମାତିଛନ୍ତି ଚୋର। ଘରେ କେହି ନଥିବା ବେଳେ ବୁଲାଉଛନ୍ତି କଳାକନା। ୨ ସପ୍ତାହ ମଧ୍ୟରେ ୬ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ହେଲେ ଏପର୍ଯ୍ୟନ୍ତ ଚୋରି ଅଭିଯୋଗରେ ପୋଲିସ କାହାରିକୁ ଗିରଫ କରିନି। ଯାହା ପାଇଁ ସାଧାରଣରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।