fbpx

ବ୍ରହ୍ମପୁରରୁ ଲୁଟେରା ଗିରଫ, ୫୪୦ ଗ୍ରାମ ସୁନା ଜବତ

ବ୍ରହ୍ମପୁର,୨୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁରରେ ପୋଲିସକୁ ମିଳିଛି ବଡ ସଫଳତା । ଚୋରି କରୁଥିବା ୨ ଲୁଟେରାଙ୍କୁ ଗିରଫ କରିବା ସହ ୫୪୦ ଗ୍ରାମସୁନା ଜବତ କରିଛି ପୋଲିସ । ଏହା ସହ ୧୦୦ ଗ୍ରାମ ରୂପା, ୩୦ ହଜାର ଟଙ୍କା, କାର, ଦାମୀ ବାଇକ୍, ସ୍କୁଟି ଆଦି ଜବତ ହୋଇଛି । ଚୋରି ସୁନା କିଣିବା ଅଭିଯୋଗରେ ଆଉ ୩ ଜଣ ଗିରଫ ହୋଇଛନ୍ତି ।

ତେବେ ସେମାନେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ । ୟୁଟ୍ୟୁବରୁ ଚୋରିର କୌଶଳ ସବୁ ଦେଖି ଲୁଟୁଥିଲେ ।

Get real time updates directly on you device, subscribe now.