fbpx

ଭାରତ ସରକାରଙ୍କ ସତର୍କ ସୂଚନା : ପେନସନ ଯୋଜନା ହଡ଼ପ କରିବାକୁ ଯୋଜନା ଚଳାଇଛନ୍ତି ଲୁଟେରା, ଜାଣନ୍ତୁ କିପରି ବର୍ତ୍ତିବେ

ନୂଆଦିଲ୍ଲୀ: ଆଜିକାଲି ସାଇବର ଠକଙ୍କ ଦ୍ଵାରା ଚାଲିଥିବା ଲୁଟ ମାମଲା ବଢ଼ିବାରେ ଲାଗିଛି । ଏହାକୁ ତୁରନ୍ତ ରୋକିବା ମୁସକିଲ ହେବ କିନ୍ତୁ ନିଜେ ସତର୍କ ରହିଲେ ନିଶ୍ଚିତ ଆମେ ସାଇବ ଠକାମୀର ଶୀକାର ହେବା ନାହିଁ। ତେଣୁ ସମ୍ଭାବ୍ୟ ଠକେଇ ନେଇ ସତର୍କ କରାଇଛନ୍ତି ଭାରତ ସରକାର। ସରକାରଙ୍କ କହିବା କଥା ହେଲା ସାଇବର ଠକମାନେ ପେନସନଧାରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି।

ହ୍ୱାଟସ ଆପ୍‌ରେ ସାଇବର ଠକମାନେ ପେନସନଧାରୀଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ପେନସନ ଉପଭୋକ୍ତାଙ୍କୁ ସମ୍ଭାବ୍ୟ ଠକେଇ ନେଇ ସତର୍କ କରାଇଛନ୍ତି ଭାରତ ସରକାର। କେନ୍ଦ୍ର ସରକାରଙ୍କ ଜୀବନ ପ୍ରମାଣ ଯୋଜନାର ବାର୍ଷିକ ଆବେଦନ ତାରିଖ ଶେଷ ହେବାକୁ ଯାଉଥିବାରୁ ସାଇବର ଲୁଟେରାମାନେ ଲୋକଙ୍କୁ ସୋସିଲ ମିଡିଆ ଜରିଆରେ ଠକିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ତେଣୁ ସରକାର ସମସ୍ତଙ୍କୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପେନସନ ପାଉଥିବା ଲୋକଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ପ୍ରତିବର୍ଷ ଦାଖଲ କରିବା ବାଧ୍ୟତାମୂଳକ।

ଯେଉଁମାନେ ପ୍ରମାଣପତ୍ର ଦାଖଲ ନକରିବେ, ସେମାନେ ଯୋଜନାରୁ ବଞ୍ଚିତ ହେବେ। ପ୍ରମାଣପତ୍ର ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଥିବାରୁ ଠକମାନେ ନକଲି ମେସେଜ ପେନସନଧାରୀଙ୍କୁ ପଠାଇବା ଆରମ୍ଭ କରିଛନ୍ତି। ସେମାନେ ଲିଙ୍କ ପଠାଇ ଲୋକଙ୍କୁ ସେମାନଙ୍କର ଜୀବନ ପ୍ରମାଣ ପତ୍ର ଅପଡେଟ କରିବାକୁ କହୁଛନ୍ତି। ଏଥିସହ ବ୍ୟକ୍ତିଗତ ତଥ୍ୟ ନ ଦେଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ପେନସନ ବନ୍ଦ ହୋଇଯିବ ବୋଲି ମଧ୍ୟ ଚେତାବନୀ ଦେଉଛନ୍ତି। ସରକାର କହିଛନ୍ତି ଯେ ଏପରି ମେସେଜ ପଠାଇ ସାଇବର ଠକମାନେ ପେନସନଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଟଙ୍କା ଲୁଟ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଅଜଣା ଲିଙ୍କରେ କେହି ବି କ୍ଲିକ ନ କରିବାରୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.