fbpx

ଭଡ଼ା ଗାଡ଼ିରେ ଲୁଟ୍; ଓୟୋରେ ଅଏସ୍…., ପୋଲିସ କବଜାରେ ରଙ୍ଗା-ରାଓ ଗ୍ୟାଙ୍ଗ୍

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସକୁ ଚକମା ଦେବାପାଇଁ ବାଇକ ରେଣ୍ଟ ରେ ଆଣୁଥିଲେ । ରେଣ୍ଟାଲ ବାଇକରେ ଲୁଟପାଟ କରୁଥିଲେ । ରାଜରାସ୍ତାରେ ଚେନ ଓ ମୋବାଇଲ ଝାମ୍ପି ରାଜଧାନିବାସୀଙ୍କ ନିଦ ହଯାଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ସୁରେଶ ନାୟକ ଓରଫ ରଙ୍ଗା ଓ ପି ରାମୁଲୁ ରାଓ। ଅଭିଯୁକ୍ତ ରଙ୍ଗା ନାଁ ରେ ୩ଟି ଓ ପି ରାମୁଲୁ ରାଓ ନାଁରେ ୧୦ ରୁ ଉର୍ଦ୍ଧ୍ବ ଲୁଟ ମାମଲା ରହିଛି ।

ଗତ ୨୦ ତାରିଖରେ ଖଣ୍ଡଗିରି ବାରି ଅଞ୍ଚଳର ଲକ୍ଷ୍ମୀଧର ବାରିକ ବାଇକରେ ପତ୍ନୀଙ୍କ ସହ ବରମୁଣ୍ଡା ଓଭରବ୍ରିଜ ଦେଇ ଯାଉଥିବା ସମୟରେ ଚେନ ଲୁଟ ର ଶିକାର ହୋଇଥିଲେ। ସେଠାରୁ ଚେନ ଲୁଟିବା ପରେ ରାମମନ୍ଦିର ପାଖରୁ ଆଉ ଏକ ଚେନ ଓ ବିଜେବି କଲେଜ ସମ୍ମୁଖରୁ ମୋବାଇଲ ଲୁଟିଥିଲେ । ଏ ନେଇ ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭି ଆଧାର ରେ ଜାଣିବାକୁ ପାଇଥିଲା ଯେ ରେଣ୍ଟ ରେ ବାଇକ ନେଇ ଏମାନେ ଲୁଟପାଟ କରିଛନ୍ତି।

ତଦନ୍ତ ହେବାପରେ ଜଣେ ନାବାଳକ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ବୋଲି ପୋଲିସ ଜାଣିବାକୁ ପାଇଛି, ଲୁଟ୍ ଟଙ୍କାରେ ଓୟୋରେ କରୁଥିଲେ ମସ୍ତି। ସେମାନଙ୍କ ଠାରୁ ୪ ଟି ସୁନା ଚେନ, ଗୋଟିଏ ବାଇକ, ମୋବାଇଲ ଆଦି ଜବତ କରାଯାଇଛି। ଚୋରି ସୁନା କୁ ସେ ନେଇ ଅନ୍ୟ ଜାଗାରେ ବନ୍ଧକ ରଖି ଟଙ୍କା ଆଣୁଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ । ନା ବାଳକ ବିଭିନ୍ନ ସମୟରେ ସ୍କୁଲ ପୋଷାକ ରେ ରହୁଥିବାରୁ ଲୁଟ୍ ପରେ କେହି ସନ୍ଦେହ କରୁନଥିଲେ । ସହଜରେ ଖାଇଯାଉଥିଲା ନା ବାଳକ।ଗରିଫ ପରେ ୩ ଜଣଙ୍କୁ ରିମାଣ୍ଡ ରେ ଆଣିବ ପୋଲିସ। ଲୁଟ୍ ହେଇଥିବା ଅନ୍ୟ ମୋବାଇଲ ,ସୁନା ଚେନ୍ କୁ କିଏ ନେଉଥିଲା ସେସବୁ ଉପରେ ତଦନ୍ତ କରିବ ପୋଲିସ।

 

Get real time updates directly on you device, subscribe now.