fbpx

ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଅଫିସିଆଲ୍ ମାସ୍କଟ୍ ହେବେ ଭଗବାନ ହନୁମାନ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆରମ୍ଭ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଟୁର୍ନାମେଣ୍ଟର ମାସ୍କଟ୍ ଉନ୍ମୋଚନ ହୋଇଛି। ଭଗବାନ ହନୁମାନଙ୍କୁ ଚଳିତ ସଂସ୍କରଣର ମାସ୍କଟ୍ ଭାବେ ଦେଖିବାକୁ ମିଳିବ। ମାଳଦ୍ୱୀପରେ ସରକାର ଗଠନର ୫୦ ତମ ବାର୍ଷିକୀ ପାଳନ ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି।

ଏହାର ୱେବସାଇଟରେ ଏହା ଘୋଷଣା କରି ଏସୀୟ ଆଥଲେଟିକ୍ସ ଆସୋସିଏସନ କହିଛି – ଯେହେତୁ ହନୁମାନ ଭଗବାନ ରାମଙ୍କ ସେବାରେ ଗତି, ଶକ୍ତି, ସାହସ ଏବଂ ବୁଦ୍ଧି ସହିତ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ହନୁମାନଙ୍କର ସବୁଠାରୁ ବଡ ଦକ୍ଷତା ହେଉଛି ତାଙ୍କର ନିରନ୍ତର ବିଶ୍ୱସ୍ତତା ଏବଂ ଭକ୍ତି। ଏଥି ସହିତ, ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ ର ଲୋଗୋ ମଧ୍ୟ ଏହି ଖେଳଗୁଡିକରେ ଅଂଶଗ୍ରହଣ କରୁଥିବା ଆଥଲେଟ୍ସ, ସେମାନଙ୍କର ଦକ୍ଷତା, ଦଳଗତ କାର‌୍ୟ୍ୟ, କଠିନ ପରିଶ୍ରମ ଏବଂ ଖେଳ ପ୍ରତି ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରିଥାଏ। ତେଣୁ ଆମେ ହନୁମାନଙ୍କୁ ମାସ୍କଟ କରିବାକୁ ନିଷ୍ପତ୍ତି ନେଇଛୁ।

ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ର ୨୫ ତମ ସଂସ୍କରଣ ଏଠାରେ ଅଛି। ଷ୍ଟାର ସଟ ପୁଟର ତାଜିନ୍ଦରପାଲ ସିଂ ତୋର ଏବଂ ଲଙ୍ଗ ଜମ୍ପର ମୁରଲୀ ଶ୍ରୀସଙ୍କାରଙ୍କ ନେତୃତ୍ୱରେ ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ଆଶା କରିବ। ଭାରତୀୟ ଦଳ ଶନିବାର ରାତିରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁ ପାଞ୍ଚ ଦିନିଆ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ବାହାରିଛି।

Get real time updates directly on you device, subscribe now.