fbpx

ଗାଧୋଇବା ବେଳେ ଭାଙ୍ଗିଗଲା କୃଷ୍ଣଙ୍କ ହାତ: ପୂଜାରୀଙ୍କ କାନ୍ଦ ଦେଖି ଅପରେସନ କଲେ ଡାକ୍ତର; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ଭଗବାନ ବା ସୃଷ୍ଟି ନିୟନ୍ତାଙ୍କ ହାତ ଭାଙ୍ଗିଯିବା ଆପଣଙ୍କୁ ଟିକିଏ ଅଡୁଆ ଲାଗିପାରେ । ତେବେ ଏମିତି ଏକ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାଲ ଗୋପାଲଙ୍କୁ ଗାଧୋଇ ଦେଉଥିବା ସମୟରେ ମୂର୍ତ୍ତିଟି ହାତରୁ ପଡି ଭାଙ୍ଗି ଯାଇଥିଲା । ଏହାପରେ ମୂର୍ତ୍ତିଟିକୁ ଧରି କାନ୍ଦୁଥିବା ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ ପୂଜାରୀ । ଯେତେବେଳେ ପୂଜାରୀ ଜଣକ ହାତ ଠିକ୍ କରିବାକୁ କହିଥିଲେ ଏହା ଦେଖି ହସ୍ପିଟାଲ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ପୂଜାରୀଙ୍କ କାନ୍ଦକୁ ଦେଖି ଶେଷରେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରିଥିଲେ । ବାଲ ଗୋପାଲ ପ୍ରତିମାର ହାତରେ ବ୍ୟାଣ୍ଡେଜ ଗୁଡାଇଥିଲେ ଡାକ୍ତର । ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା ଆଗ୍ରା ଜିଲ୍ଲା ହସ୍ପିଟାଲରେ । ସକାଳୁ ଲଡ୍ଡୁ ଗୋପାଳଙ୍କୁ ସ୍ନାନ କରାଉଥିଲେ ପୂଜାରୀ ଲେଖ ସିଂ । ଏହି ସମୟରେ ପ୍ରତିମାଟି ହାତରୁ ଗଳି ପଡିବା ସହିତ ଭାଙ୍ଗି ଯାଇଥିଲା । ଆଗ୍ରା ଜିଲ୍ଲା ହସ୍ପିଟାଲ ମୁଖ୍ୟ ଅଶୋକ କୁମାର ଅଗ୍ରୱାଲ ଚିକିତ୍ସା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଶ୍ରୀକୃଷ୍ଣଙ୍କ ନାମରେ ବିଲ୍ ମଧ୍ୟ କଟା ଯାଇଥିଲା । ତେବେ ପୂଜକ ଜଣଙ୍କର କାନ୍ଦୁଥିବା ଭିଡିଓଟି ସୋସିଆଲ ମିଡିଆରେ ବେଶକ ଭାଇରାଲ ହୋଇଛି । ଲଡ୍ଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିବାରୁ ଅନ୍ତରରୁ ମୁଁ ଅତ୍ୟନ୍ତ ଦୁଃଖିତ । ଏହା ସହିତ ଡାକ୍ତର ପ୍ରଥମରୁ ଚିକିତ୍ସା କରିବାକୁ ରାଜି ନ ହେବା ମୋତେ ଅଧିକ ଆଘାତ ଦେଇଥିଲା ବୋଲି ପୂଜକ ଜଣଙ୍କ ମତ ଦେଇଛନ୍ତି ।

Get real time updates directly on you device, subscribe now.