fbpx

(Video) ଶ୍ରୀରାମ ବି ଶବରୀ ଅଇଁଠା ଖାଇଥିଲେ… ନିଜ ବୟାନରେ ଫସିଗଲେ ସୋନୁ ସୁଦ: ଟ୍ରୋଲ କରୁଛନ୍ତି ୟୁଜର

ନୂଆଦିଲ୍ଲୀ: କରୋନାର ଭୟାବହ କାଳରେ ସମସ୍ତଙ୍କ ପାଇଁ ମସିହା ପାଲଟି ଯାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ । କିନ୍ତୁ ବର୍ତ୍ତମାନ ଅନେକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି । ‘ଗ୍ରାହକଙ୍କ ଖାଦ୍ୟରେ ଛେପ ପକାଉଥିବା ଜଣେ ଦୋକାନୀ’କୁ ସମର୍ଥନ କରି ୟୁଜରଙ୍କ ଟ୍ରୋଲର ଶିକାର ହୋଇଛନ୍ତି ସୋନୁ । ଦୋକାନୀର ଏଭଳି କାରନାମାକୁ ସେ ରାମାୟଣ ସହ ତୁଳନା କରିଛନ୍ତି । ତେବେ ଏହାପରେ ଅନେକ ୟୁଜର ସୋନୁ ସୁଦଙ୍କ ଉପରେ ରାଗିଯାଇ ତାଙ୍କୁ ଟ୍ରୋଲ କରି ଚାଲିଛନ୍ତି ।

କିଛି ଦିନ ତଳେ ଜଣେ ୟୁଜର ସୋସିଆଲ ମିଡିଆରେ ଏକ ଅଜବ ପ୍ରକାରର ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଜଣେ ଦୋକାନୀ ରୁଟି ପ୍ରସ୍ତୁତ କରୁଥିବାର ଦେଖାଯାଇଛି । କିନ୍ତୁ ଏହି ସମୟରେ ସେ ରୁଟିରେ ଛେପ ପକାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ଏବଂ ହରିଦ୍ୱାରରେ କାଉଁରୀ ଯାତ୍ରା ସମୟରେ ସମସ୍ତ ଦୋକାନୀ ବାହାରେ ନିଜ ନାମ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିଷ୍ପତ୍ତିରେ ବଲିଉଡ ଅଭିନେତା ସୋନୁ ସୁଦ ନିଜ ପ୍ରତିକ୍ରିୟା ଦେବା ପରେ ଏହି ଭିଡିଓ ଅପଲୋଡ କରିଛନ୍ତି ୟୁଜର । ସୋନୁ ସୁଦଙ୍କ ପୋଷ୍ଟରେ ଏହି ୟୁଜର ଲେଖିଛନ୍ତି ଯେ, ଦୋକାନୀର ଛେପରେ ତିଆରି ଏହି ରୁଟିକୁ ସୋନୁ ସୁଦଙ୍କ ଘରକୁ ‘ପାର୍ସଲ’ କରିବା ଉଚିତ୍ । ଏହାଦ୍ୱାରା ଭାଇଚାରା ଜାରି ରହିବ ।

ତେବେ ୟୁଜରଙ୍କ ଏହି ପ୍ରତିକ୍ରିୟାରେ ସୋନୁ ସୁଦ ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି । ଦୋକାନୀର ଏହି କାର୍ଯ୍ୟକଳାପକୁ ପ୍ରଭୁ ଶ୍ରୀରାମ ଏବଂ ଶବରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ଘଟଣା ସହ ସୋନୁ ତୁଳନା କରିଛନ୍ତି । ସେ ଲେଖିଛନ୍ତି ଯେ, ରାମାୟଣରେ ପ୍ରଭୁ ଶ୍ରୀରାମ ମଧ୍ୟ ଶବରୀଙ୍କ ଅଇଁଠା କୋଳି ଖାଇଥିଲେ । ତେବେ ମୁଁ କାହିଁକି ଏହାକୁ ଖାଇ ପାରିବି ନାହିଁ? ଅହିଂସା ଦ୍ୱାରା ହିଂସାକୁ ପରାଜିତ କରିହୁଏ । ମାନବିକତା ବଞ୍ଚି ରହିବା ଦରକାର… ଜୟ ଶ୍ରୀରାମ ।

ତେବେ ସୋନୁଙ୍କ ଏହି ବୟାନକୁ ସହଜରେ ହଜମ କରିପାରିନାହାନ୍ତି ନେଟଜେନ୍ସ । ଏହାପରେ ସୋସିଆଲ ମିଡିଆରେ ସୋନୁ ସୁଦ ଟ୍ରୋଲର ଶିକାର ହୋଇଛନ୍ତି । ଅନେକ ୟୁଜର ସୋନୁଙ୍କୁ ଟ୍ରୋଲ କରି ପୋଷ୍ଟ କରିବାରେ ଲାଗିଛନ୍ତି । ଜଣେ ୟୁଜର ସୋନୁଙ୍କୁ ଟାର୍ଗେଟ କରି ଶବରୀ ଏବଂ ରାମଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟ ବୁଝାଇ ଦେଇଛନ୍ତି । ଶବରୀ ରାମଙ୍କ ଭକ୍ତ ଥିଲେ ଏବଂ ସେ କୋଳି ଖଟା କି ମିଠା, ତାହା ଚାଖିବା ପରେ ଶ୍ରୀମାମଙ୍କୁ ଖାଇବାକୁ ଦେଉଥିଲେ । କିନ୍ତୁ ଦୋକାନୀ ଗ୍ରାହକଙ୍କୁ ପସନ୍ଦ କରେନାହିଁ କିମ୍ବା ଛେପ ପକାଇ ରୁଟିକୁ ଚାଖୁନାହିଁ ବୋଲି ୟୁଜର ଯୁକ୍ତି ବାଢିଛନ୍ତି । ଦୋକାନୀର ଏହି କାର୍ଯ୍ୟକଳାପ ଧର୍ମାବିରୋଧୀ ଏବଂ ଆପଣ ବୋକା ବୋଲି ଏହାକୁ ରାମ-ଶବରୀ ଘଟଣା ସହ ଏହାକୁ ତୁଳନା କରୁଛନ୍ତି ।

Get real time updates directly on you device, subscribe now.