fbpx

ଦେବଗଡ଼ରେ ମାଟିତଳୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

ଦେବଗଡ଼(ଓଡ଼ିଶା ଭାସ୍କର): ଦେବଗଡ଼ରେ ପୋଲିସକୁ ମିଳିଛି ବଡ଼ ସଫଳତା । ମାଟିତଳୁ ବିଡ଼ାବିଡ଼ା ଟଙ୍କା ଜବତ କରିଛି ପୋଲିସ । ନଗଦ ୩୨ ଲକ୍ଷ ଜବତ କରିଛି ସମ୍ବଲପୁର ପୋଲିସ । ଜବତ ଟଙ୍କା ସମ୍ବଲପୁରର ଏକ ହୋଟେଲରୁ ଚୋରି ହୋଇଥିଲା ।

ସୂଚନା ଅନୁସାରେ, ୧୬ ତାରିଖରେ ଭିଏସଏସ୍ ମାର୍ଗ ସ୍ଥିତ ହୋଟେଲରୁ ଚୋରି ହୋଇଥିଲା । ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ହୋଟେଲ ସିସିଟିଭି ଫୁଟେଜ ଆଧାରରେ ୪ ଜଣଙ୍କୁ ଧରିଥିଲା ପୋଲିସ । ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଧରିଛି ପୋଲିସ । ଗିରଫ ୪ ଜଣଙ୍କଠାରୁ ସୂଚନା ପାଇ ମାଟିତଳୁ ଟଙ୍କା ଜବତ କରାଯାଇଛି ।

Get real time updates directly on you device, subscribe now.