fbpx

(Video) ଛିଃ… ମେଟ୍ରୋ ଭିତରେ ଏମିତି କରୁଛନ୍ତି Love Couples: ଭିଡିଓ ଦେଖି ଘୃଣା କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ଏବେ ପ୍ରତି ମୁହୂର୍ତ୍ତର ଘଟଣା-ଅଘଟଣାର ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ପସନ୍ଦ କରୁଛନ୍ତି ୟୁଜର୍ସ । ଯାହାଦ୍ୱାରା ଦେଶ ହେଉ କି ବିଦେଶର ବିଭିନ୍ନ ଘଟଣା ସମ୍ପର୍କରେ ଖୁବ କମ୍ ସମୟରେ ସବୁ ଲୋକ ଅପଡେଟ ହୋଇ ପାରୁଛନ୍ତି । ସେହିପରି ଆଜିକାଲି ଇଣ୍ଟରନେଟରେ ଯୁବପିଢୀ ବିଶେଷ କରି ରିଲ୍ସ ଦେଖିବା ପାଇଁ ଏବଂ ରିଲ୍ସ କରିବା ପାଇଁ ମଧ୍ୟ ଭଲ ପାଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ମେଟ୍ରୋର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମାମଲାକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀର ମେଟ୍ରୋ ଟ୍ରେନ୍ ।

ବିଭିନ୍ନ ପ୍ରକାରର କାଣ୍ଡ କାରନାମାକୁ କେନ୍ଦ୍ର କରି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାଏ ଦିଲ୍ଲୀ ମେଟ୍ରୋ ଟ୍ରେନ୍ । ଏବେ ଏହି ମେଟ୍ରୋ ଭିତରୁ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର ଘୃଣା କରିବା ସହ ଏହାକୁ ଖୁବ ନିନ୍ଦା କରୁଛନ୍ତି । ଭିଡିଓରେ ଦେଖାଯାଇଛି, ମେଟ୍ରୋରେ ଦୁଇ ଜଣ ପ୍ରେମୀ ଯାଉଥିବା ବେଳେ ଏକ ଅଜବ କାଣ୍ଡ ଘଟାଇଛନ୍ତି । ଭାଇରାଲ ହେଉଥିବା ଏହି ରିଲରେ ଦେଖାଯାଉଛି ଯେ, ମେଟ୍ରୋ ସିଟରେ ବସିଥିବା ଜଣେ ଯୁବତୀଙ୍କ ପାଖରେ ତାଙ୍କ ପ୍ରେମୀ ବସିଛନ୍ତି । ଯୁବକ ଜଣକ ଏକ କୋଲ୍ଡ ଡ୍ରିଙ୍କ କୋଲି ନିଜ ପ୍ରେମିକାଙ୍କୁ ପିଆଉଛନ୍ତି । ଏହାପରେ ଯୁବତୀ ଏହାକୁ ନିଜ ପାଟିରୁ ପ୍ରେମିକ(ଯୁବକ)ଙ୍କ ପାଟି ଭିତରକୁ କୁଳି କରି ପକାଇଛନ୍ତି । କେବଳ ଏତିକିରେ ସରିନି, ଏହାପରେ ଯୁବକ ମଧ୍ୟ ତାହାକୁ ପୁଣିଥରେ ପ୍ରେମିକାଙ୍କ ମୁହଁକୁ ସେହି କୋଲ୍ଡ ଡ୍ରିଙ୍କ କୁଳି କରିଛନ୍ତି । ଏହାପରେ ଆଉଥରେ ଯୁବତୀ ଜଣକ ପ୍ରେମିକଙ୍କୁ ସେହିଭଳି ଦେଇଥିଲେ ପାଟିରେ ଥିବା କୋଲ୍ଡ ଡ୍ରିଙ୍କ । ଯାହାକୁ ଢୋକି ଦେଇଛନ୍ତି ଯୁବକ ।

ଏହି ଭିଡିଓକୁ କେହି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଅପଲୋଡ ହେବାର କିଛି ସମୟ ଭିତରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ପ୍ରେମୀ ଯୁଗଳଙ୍କ ଏପରି କାରନାମାକୁ ଘୃଣା ଚକ୍ଷୁରେ ଦେଖୁଥିବା ବେଳେ କିଛି ଲୋକ ‘ଛିଃ…’ ବୋଲି କହି କମେଣ୍ଟ କରିଛନ୍ତି । ତେବେ ଦିଲ୍ଲୀ ମେଟ୍ରୋରେ ବାରମ୍ବାର ଏଭଳି ବିବାଦୀୟ ଘଟଣାକୁ ନେଇ ଆଲୋଚନା ହେବାରେ ଲାଗିଛି । କିଛି ଦିନ ତଳେ ଜଣେ ଯୁବକ ମେଯ୍ରୋ ସିଟରେ ବସି ହସ୍ତମୈଥୁନ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଜଣେ ଯୁବତୀଙ୍କୁ ବିକିନି ଲୁକରେ ମଧ୍ୟ ଦେଖାଯାଇଥିଲା ।

Get real time updates directly on you device, subscribe now.