fbpx

ହାତ ଧରିବାକୁ ସ୍ବପ୍ନ ଦେଖାଇ ଅଧାବାଟରେ ଛାଡି ପଳାଇଲା ପ୍ରେମିକ, ଧାରଣାରେ ବସିଲେ ପ୍ରେମିକା

ଅସ୍ତରଙ୍ଗ, (ଭାସ୍କର ନ୍ୟୁଜ୍‌): ଉଭୟ ପରସ୍ପର ଭଲ ପାଇଥିଲେ, ମନଦିଆ ନିଆ ମଧ୍ୟ ହୋଇଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇଥିବାରୁ ପ୍ରେମିକା ଜଣକ ନିଜ ଘର ଛାଡି ପ୍ରେମିକ ସହିତ ଚାଲିଗଲା । କିନ୍ତୁ ଧୋକାବାଜ ପ୍ରେମିକ ଜଣକ ଅଧାବାଟରେ ଛାଡି ପଳାଇଲା ।ପରେ ପ୍ରେମିକା ଯୁବକ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଭଳି ଅଭାବନୀୟ ଘଟଣା ଅନ୍ତରଙ୍ଗ ବକ୍ଳ ନୂଆଗଡ଼ ଗାଁରେ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମର ସମ୍ପଦ ମହାନ୍ତି (୨୪)ବର୍ଷ ସେହି ଗ୍ରାମର ଛଦ୍ମନାମ (୨୦)ବର୍ଷର ଝିଅ ଉଭୟ ଉଭୟଙ୍କୁ ପରସ୍ପର ଭଲ ପାଉଥିଲେ । କିନ୍ତୁ ଜୁଲାଇ ୯ ତାରିଖ ଦିନ ସମ୍ପଦ ମହାନ୍ତି ପ୍ରେମିକାକୁ ବିବାହ କରିବ କହି ଘରୁ ଯାଇଥିଲେ । ପ୍ରେମିକ ସମ୍ପଦ ମହାନ୍ତି ନିଜ ପ୍ରେମିକାକୁ ନେଇ ଆନ୍ଧ୍ରପ୍ରଦେଶର ଏକ ସମ୍ପର୍କୀୟ ଘରେ ୧୦ଦିନ ରଖି ପ୍ରେମିକାଙ୍କ ସହିତ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଉଭୟ ଏକ ଛାତ ତଳେ ଶପଥ ମଧ୍ୟ ନେଇଥିଲେ ସାତ ଜନ୍ମର ସାଥିହୋଇ ରହିବେ ବୋଲି । କିନ୍ତୁ ସବୁକିଛି ବଦଳି ଯାଇଥିଲା। ପ୍ରେମିକ ସମ୍ପଦ ନିଜ ମାମୁ ଘର ମା’ଙ୍କୁ ପୁରୀ ଜିଲ୍ଲା କାକଟପୁର ଡାକି ୧୯ତାରିଖ ଦିନ ଆନ୍ଦ୍ର ପ୍ରଦେଶରୁ ନିଜ ପ୍ରେମିକାକୁ ଆଣି ମାମୁ ଘର ଜେଜେ ମା’ଙ୍କୁ ଧରାଇ କାକଟପୁରରେ ଫେରାର ହୋଇଯାଇଥିଲେ ସମ୍ପଦ । ପ୍ରେମିକ ସମ୍ପଦଙ୍କ ମାମୁଘର ଜେଜେ ମା’ ସହ ପ୍ରେମିକା ଜଣକ ନୂଆଗଡ ଗ୍ରାମରେ ସମ୍ପଦଙ୍କ ଘରେ ପହଂଚିଥିଲେ । କିନ୍ତୁ ରାତି ହେବାରୁ ଆରମ୍ଭ ହୋଇଥିଲା ପ୍ରେମିକା ଉପରେ ପ୍ରେମିକଙ୍କ ପରିବାର ଲୋକଙ୍କ ବୃଦ୍ଧ ଝିଅ ଚାଲିକି ଯାଉଥିବାର ଦେଖି ସାମୁଦ୍ରିକ ଥାନାରେ ପହଞ୍ଚିଥିଲେ । ଏମିତି ସବୁ ଘଟଣା ବର୍ଣ୍ଣନା କରିଛନ୍ତି ଗଣମାଧ୍ୟ୍ୟମ ସାମ୍ନାରେ ପ୍ରେମିକା ଜଣକ । କିନ୍ତୁ ବୁଧବାର ସକାଳେ ପ୍ରେମିକା ଜଣକ ନୂଆଗଡ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ତାହା ସହ ପ୍ରେମିକା କୁ ନ୍ୟାୟ ଦେବା ପାଇଁ ନୂଆଗଡ ଗ୍ରାମର କିଛି ମହିଳା ଯୁବକ ମଧ୍ୟ ନୂଆଗଡ ସାମୁଦ୍ରିକ ଥାନା ସାମ୍ନାରେ ଧାରଣା ଦେଇଥିଲେ ।

ଅନ୍ୟପଟେ ନୂଆଗଡ ସାମୁଦ୍ରିକ ଥାନା ଅଧିକାରୀ ରବୀନ୍ଦ୍ର ସେଠୀଙ୍କଠାରୁ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ନ୍ୟାୟ ପାଇବା ସହ ନିଜ ପ୍ରେମିକ ସମ୍ପଦଙ୍କୁ ବିବାହ କରିବେ ବୋଲି ଜିଦରେ ବସିଛନ୍ତି ପ୍ରେମିକା । ଗୋଟିଏ କି ନିର୍ଯାତନା । ପ୍ରେମିକଙ୍କ ମା’ ଜାତି ଆଣା ଆକ୍ଷେପ କରିବା ସହ ସମ୍ପଦଙ୍କ ପ୍ରେମିକାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ତାହା ସହ ଏକ ଘରେ କବାଟ ବନ୍ଦ କରିରଖିଥିଲେ । କିନ୍ତୁ ପରିସ୍ରା ନାଁ କହି ପ୍ରେମିକା ଜଣକ ବିଳମ୍ବିତ ରାତ୍ରରେ ନଦି ବନ୍ଧକୁ ଆସିଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏକ ଦୁଇଟି ନୁହେଁ ଏ ସମାଜରେ ଏପରି ଘଟଣା ବାରମ୍ବାର ବାରମ୍ବାର ସାମ୍ନାକୁ ଆସୁଛି ତେବେ କାହିଁକି ଏଭଳି ଭରସା ଭଙ୍ଗା ପ୍ରେମିକଙ୍କୁ ଉପରେ ଆଖିଦୃଶିୟା କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ତେବେ ସାଧାରଣ ଜନତା ଅପେକ୍ଷାରେ ରହିଲେ ପ୍ରେମିକ ସମ୍ପଦଙ୍କ ବିରୋଧରେ କଣ କାର୍ଯ୍ୟନୁଷ୍ଠାନ ନେଉଛି ପୋଲିସ ।

Get real time updates directly on you device, subscribe now.