fbpx

ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ । ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । କ୍ୟାନ୍ସରରେ ପୀଡିତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତେବେ ରାଜେଶ୍ୱରୀ ରାୟ ମହାପାତ୍ର ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି ଅନ୍ୟ ଏକ ଲୋକପ୍ରିୟ ସିରିଏଲ ‘ତୋ ପାଇଁ ମୁଁ’ ସିରିଏଲ୍‌ରେ ତାରା ପଟ୍ଟନାୟକ ଚରିତ୍ରରେ ଅଭିନୟ କରି ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ। ଟେଲି ଜଗତର ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ଥିଲେ ରାଜେଶ୍ୱରୀ ରାୟ ମହାପାତ୍ର । ଗାଁଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିଏଲ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ । ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ସେ ହସାଇଛନ୍ତି ତ ଆଉ କେତେବେଳେ କନ୍ଦାଇଛନ୍ତି।

ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ। କିନ୍ତୁ ଲେଡି ଭିଲେନ୍‌ ଭାବେ ସେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ବି ସେ ନଜର ଆସିଅଥିଲେ । ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’।୨୦୧୯ରେ ରାଜେଶ୍ୱରୀ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ । ସେତେବେଳେକୁ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଥିଲେ।

Get real time updates directly on you device, subscribe now.