fbpx

ସୋଲେ ଷ୍ଟାଇଲରେ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ସୁପୌଲ, ୧୦ା୪ (ଓଡିଶା ଭାସ୍କର) : ବିହାରର ସୁପୌଲରେ ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା । ସୋଲେ ଫିଲ୍ମରେ ଯେପରି ବାସନ୍ତୀକୁ ବାହା ହେବା ପାଇଁ ବୀରୁ ଯେମିତି ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଠିକ୍ ସେହିପରି ଜଣେ ଯୁବକ ପାଣି ଟାଙ୍କି ଉପରକୁ ଚଢ଼ି ନିଜ ପ୍ରେମିକାକୁ ବାହା ହେବାକୁ ଜିଦ୍ କରିଥିଲେ ଏବଂ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ରାତି ୮ଟାରୁ ଦିନ ୮ଟା ଯାଏଁ ଏଭଳି ଜିଦ୍ ରେ ଅଡି ବସିଥିଲେ । ତାଙ୍କ ନାଁ ହେଉଛି ପ୍ରଶାନ୍ତ କୁମାର ।


ସୁଚନା ଯେ, ପ୍ରଶାନ୍ତ ମଧୁବନି ଜିଲ୍ଲାର ଲୌକହି ଥାନା ଅଞ୍ଚଳରରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପୁଅ ଏବଂ ଝିଅ ବିବାହ କରିବାକୁ ରାଜି ମଧ୍ୟ ଥିଲେ । କିନ୍ତୁ ଝିଅର ବାପା ଏଥିରେ ଅରାଜି ଥିଲେ । ଯେଉଁଥିପାଇଁ ଏପରି ଫିଲ୍ମ ଷ୍ଟାଇଲ୍ ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଶୁକ୍ରବାର ରାତିରେ ସେ ସୁପୌଲ ଜିଲ୍ଳାର ଅନୁମଣ୍ଡଳ ହସ୍ପିଟାଲ ନିକଟରେ ଥିବା ଏକ ପାଣିଟାଙ୍କି ଉପରକୁ ଚଢ଼ିଯାଇଥିଲେ । ଏଥିସହିତ ଆତ୍ମହତ୍ୟା କରିବାକୁ ଯିବା ପୁର୍ବରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖିଥିଲେ । ତାଙ୍କୁ ତଳକୁ ଓହ୍ଲାଇବାପାଇଁ ଅଗ୍ନିଶମ ବାହିନୀକୁ ଅନେକ କସରତ କରିବାକୁ ପଡିଥିଲା ।

ପ୍ରଶାନ୍ତକୁ ତଳକୁ ଓହ୍ଲାଇବାକୁ ବିବାହର ଆଶ୍ୱାସନା ଦିଆଯାଇଥିଲା । କିନ୍ତୁ ସେ ତଳକୁ ଆସିନଥିଲେ । ଖାଲି ସେତିକି ନୁହେଁ ଝିଅକୁ ଡାକିବାକୁ ମଧ୍ୟ କୁହାଗଲା ହେଲେ ବି ସେ ଜିଦ୍ ରେ ଅଡି ବସିଥିଲେ । ଉଦ୍ଧାର କରିବା ଭିତରେ ରାତିରୁ ସକାଳ ହୋଇଗଲା । ଶେଷରେ ବହୁତ କଷ୍ଟରେ ତାଙ୍କୁ ତଳକୁ ଅଣାଯାଇଥିଲା ।

Get real time updates directly on you device, subscribe now.