fbpx

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ : ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି । ଏହା ପରେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ସୃଷ୍ଟି ହେବା ପରେ ଏହା କ୍ରମେ କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ଉପକୂଳ ମୁହାଁ ହେବ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବାସହ ୨୬ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ବୋଲି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ଓଡିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଉପକୂଳ ଛୁଇଁବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.