fbpx

୨୮ରେ ଲଘୂଚାପ: ଆଗାମୀ ୬ ଦିନ ପ୍ରବଳ ବର୍ଷା, ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ

Advertisement

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇତିମଧ୍ୟରେ ରାଜ୍ୟର ସବୁ ଅଞ୍ଚଳକୁ ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହିତ ଅନ୍ୟ କେତେକ ଅଞ୍ଚଳରେ ବଡ଼ଧରଣର ବର୍ଷା ହୋଇଯାଇଛି । ଏହାରି ମଧ୍ୟରେ ଆଗକୁ ଲଘୁଚାପ ଆସୁଛି ୨୮ ତାରିଖ ବେଳକୁ । ଫଳରେ ଆଗାମୀ ୬ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି । ୨୭ ତାରିଖରେ ଭିଷଣ ବର୍ଷା ହେବାର ଆଶଙ୍କା ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ୨୭ ତାରିଖରେ ଝାଡ଼ଖଣ୍ଡ ସମେତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

 

Get real time updates directly on you device, subscribe now.