fbpx

ଶସ୍ତା ହୋଇପାରେ ଏଲପିଜି ସିଲିଣ୍ଡର, ୧ ଡିସେମ୍ବରରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ : ନଭେମ୍ବର ମାସ ଶେଷ ହେବାକୁ ଯାଉଛି, ଯାହା ସହିତ ସାଧାରଣ ଲୋକଙ୍କ ଜୀବନ ସହିତ ଜଡିତ କିଛି ନିୟମ ମଧ୍ୟ ବଦଳିଯିବ । ନୂଆ ମାସରେ ଏଲପିଜି ସିଲିଣ୍ଡର ମୂଲ୍ୟ ବଦଳିପାରେ । ଏହା ବ୍ୟତୀତ ବ୍ୟାଙ୍କିଙ୍ଗ୍ ଓ ପେନସନ୍ ସହିତ ଜଡିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ହେବ ।
ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ମୂଲ୍ୟର ସମୀକ୍ଷା କରନ୍ତି । କରୋନା ମହାମାରୀର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ କ୍ରୁଡ ଅଏଲର ଦାମ୍ ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ଦିନ ବେଷ୍ଟ କ୍ରୁଡ ଅଏଲ ଦାମରେ ପ୍ରତି ବ୍ୟାରେଲ ପିଛା ୧୦ ଡଲାର ହ୍ରାସ ପାଇଛି, ଯାହାକି ଏପ୍ରିଲ ୨୦୨୦ ପରେ ସବୁଠାରୁ ବଡ଼ ହ୍ରାସ । ଏପରି ପରିସ୍ଥିତି ଆଶା କରାଯାଉଛି ଯେ, ଡିସେମ୍ବର ୧ର ସମୀକ୍ଷାରେ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇପାରେ ।

ଏହା ବ୍ୟତୀତ ଇପିଏଫଓରେ ୟୁଏଏନ୍ ଓ ଆଧାର ଲିଙ୍କ କରିବାର ସମୟସୀମାକୁ ବଢ଼ାଇ ୩୦ ନଭେମ୍ବର କରାଯାଇଛି । ଅର୍ଥାତ୍ ଆପଣଙ୍କ ପାଖରେ ଆଉ ୩ ଦିନର ସମୟ ରହିଛି । ଏହି ସମୟ ସୀମା ମଧ୍ୟରେ ଲିଙ୍କ ନକଲେ ଲୋକଙ୍କ ଆକାଉଣ୍ଟରେ ପିଏଫ୍ ଟଙ୍କା ଜମା ହେବ ନାହିଁ । ଏହା ସହ ଆକାଉଣ୍ଟଧାରୀମାନେ ପିଏଫ୍ ଖାତାରୁ ଟଙ୍କା କାଢ଼ି ବି ପାରିବେ ନାହିଁ ।

୩୦ ନଭେମ୍ବର ସୁଦ୍ଧା ୟୁଏଏନ-ଆଧାର ଲିଙ୍କ୍ ନକଲେ , ଆପଣଙ୍କୁ ବଡ଼ କ୍ଷତି ସହିବାକୁ ପଡିପାରେ । ଏହା ସହ ପାର୍ବରଣ ଋତୁ ପାଇଁ ଅନେକ ବ୍ୟାଙ୍କ ହୋମ ଲୋନ ଉପରେ କିଛି ରିହାତି ଦେଇଥିଲେ । ଅନେକ ବ୍ୟାଙ୍କର ଅଫରଗୁଡିକ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରହିବ, କିନ୍ତୁ ଏଲଆଇସି ହାଉସିଂ ଫାଇନେନ୍ସର ଅଫର ଏହି ମାସରେ ସରିବାକୁ ଯାଉଛି ।

ସେହପରି ସରକାରୀ ପେନସନଭୋଗୀଙ୍କ ପାଇଁ ଜୀବନ ପତ୍ର ଜମା କରିବାର ଶେଷ ତାରିଖ ୩୦ ନଭେମ୍ବର ରହିଛି । ସମୟସୀମା ଭିତରେ ଜିବନପତ୍ର ଜମା ନକେଲ, ସରକାରୀ ପେନସନ୍ ବନ୍ଦ ହୋଇଯିବ । ଅନ୍ୟପଟେ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଡିସେମ୍ବରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଡିସେମ୍ବରରୁ ଏସବିଆଇ କ୍ରେଡିଟ କାର୍ଡରୁ ଇଏମଆଇ ଉପରେ କିଣିବା ଆହୁରି ମହଙ୍ଗା ହୋଇଯିବ ।

Get real time updates directly on you device, subscribe now.