fbpx

ରନ୍ଧାଶାଳରେ ମହଙ୍ଗାମାଡ: ୧୧ଟି ସହରରେ ୧୦୦୦ ପାର କଲା ଏଲପିଜି ଦର

କିଛି ମାସର ବ୍ୟବଧାନ ପରେ ପୁଣି ବଢିଲା ଘରୋଇ ଇନ୍ଧନର ଦର । ମଙ୍ଗବାର ତଥା ଆଜି ଦେଶରେ ବଢିଛି ରୋଷଇ ଗ୍ୟାସ ସିଲିଣ୍ଡର ଦର । ୧୪.୨ କେଜି ଗ୍ୟାସ ସିଲିଣ୍ଡର ଦର ୫୦ଟଙ୍କା ବଢିଛି । ଏଥିସହ ଦେଶର କିଛି ସହରରେ ସିଲିଣ୍ଡର ମୂଲ୍ୟ ୧୦୦୦ ଟପିଛି ।
ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶର ୧୧ଟି ସହରରେ ସିଲିଣ୍ଡରର ଦର ୧୦୦୦ ଉପରକୁ ରହିଛି । ସହର ମଧ୍ୟରେ ରହିଛି ମଧ୍ୟ ପ୍ରଦେଶର ଭିଂଡ ,ଗ୍ୱାଲିୟର ଏବଂ ମୁରୌନା ସାମିଲ ଅଛି । ଭିଂଡ ରେ ସିଲିଣ୍ଡରର ମୂଲ୍ୟ ୧୦୩୧ ଟଙ୍କା ଥିବା ବେଳେ ଗ୍ୱାଆଲିୟରରେ ୧୦୩୩ଟଙ୍କା ୫୦ପଇସା ହୋଇଯାଇଛି ।ଏଥିସହ ମଧ୍ୟ ପ୍ରଦେଶର ମୂରୌନାରେ ସିଲିଣ୍ଡର ଦର ୧୦୩୫ ହେଇଯାଇଛି ।ଠିକ୍ ସେହିପରି ବିହାରରେ ୧୦୦୦ ଟଙ୍କା , ପାଟନାରେ ୧୦୪୮ ଟଙ୍କା ଭାଗଲପୁରରେ ୧୦୪୭.୫୦ ଟଙ୍କା ,

ଔରଙ୍ଗାବାଦରେ ୧୦୪୬ ଟଙ୍କା, ଝାଡଖଣ୍ଡ ଏବଂ ରାଂଚିରେ ୧୦୦୭ଟଙ୍କା , ଛତିଶଗଡର କଂକେରରେ ୧୦୩୮ଟଙ୍କା ଏବଂ ଉତ୍ତର ପ୍ରଦେଶରେ ୧୦୧୯ ଟଙ୍କା ଦର ରହିଛି । ଦେଶର ପ୍ରମୁଖ ସହର ଯଥା ଦିଲ୍ଲୀରେ ୯୪୯.୫୦ ଟଙ୍କା ,ଜୟପୁରରେ ୯୫୩.୫୦ ଟଙ୍କା ,କୋଲକତାରେ ୯୭୬ ଟଙ୍କା ଏବଂ ଭୋପାଳରେ ୯୫୫.୫୦ ଟଙ୍କା ରହିଛି ସିଲିଣ୍ଡର ଦର । ଘରୋଇ ଇନ୍ଧନ ଦର ବଢିବା ସହ ତେଲ କମ୍ପାନୀ ମଧ୍ୟ ୫ କିଲୋ ଓ ୧୦ କିଲୋ ସିଲିଣ୍ଡର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୫ କିଲୋ ଏଲପିଜି ସିଲିଣ୍ଡର ଦର ୩୪୯ ଟଙ୍କା ଏବଂ ୧୦ କିଲୋ ସିଲିଣ୍ଡରର ଦର ୬୬୯ ଟଙ୍କା ରହିଛି ।

Get real time updates directly on you device, subscribe now.