ଚମକିବ ଭାଗ୍ୟ, ମିଳିବ ଶୁଭ ଫଳ…ରାଶି ଅନୁସାରେ ଭାନୁ ସପ୍ତମୀ ଦିନ ଦାନ କରନ୍ତୁ ଏହି ଜିନିଷ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିକୁ ଭାନୁ ସପ୍ତମୀ ପାଳନ କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଭାନୁ ସପ୍ତମୀ ଦିନ ସୂର୍ଯ୍ୟଦେବଙ୍କ ଅବତରଣ ହୋଇଥିଲା । ତେଣୁ ଏହି ଦିନ ସୂର୍ଯ୍ୟ ଦେବଙ୍କ ସମର୍ପିତ । ବିଶେଷ ବିଧି ବିଧାନ ଅନୁଯାୟୀ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା କରାଯାଏ । ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ସୂର୍ଯ୍ୟ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ ।

ଜାତକରେ ସୂର୍ଯ୍ୟର ସ୍ଥିତି ଦୁର୍ବଳ ରହିଲେ ମାନ ସମ୍ମାନରେ ହାନି, ସ୍ୱାସ୍ଥ୍ୟ ସମସ୍ୟା ଆଦି ଦେଖାଦେଇଥାଏ । ତେବେ ରାଶି ଅନୁସାରେ ସୂର୍ଯ୍ୟ ଦେବଙ୍କୁ ଦାନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଡିସେମ୍ବର ୭ ତାରିଖ ଦିନ ରାତି ୧୧ଟା ୦୫ ମିନିଟରେ ଆରମ୍ଭ ହେବ । ଏହା ଡିସେମ୍ବର ୮ ତାରିଖ ସକାଳ ୯ଟା ୪୪ ମିନିଟରେ ଶେଷ ହେବ । ଦେଖିବାକୁ ଗଲେ ଭାନୁ ସପ୍ତମୀ ଡିସେମ୍ବର ୮ ତାରିଖ ଦିନ ପାଳନ କରାଯିବ ।

. ମେଷ ରାଶି: ଏହି ରାଶିର ବ୍ୟକ୍ତି ଭାନୁ ସପ୍ତମୀ ଦିନ ନାଲି ରଂଗର ବସ୍ତ୍ର ଦାନ କରନ୍ତୁ । ଏହା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ରହିବ ।

୨. ବୃଷ ରାଶି: ଏହି ରାଶିର ବ୍ୟକ୍ତି କ୍ଷୀର ଏବଂ ଦହି ଦାନ କରିବା ଉଚିତ । ଜାତକରେ ସୂର୍ଯ୍ୟର ସ୍ଥିତି ମଜବୁତ ରହିବ ।

୩. ମିଥୁନ୍ ରାଶି: ଏହି ଦିନ ଧନ ଦାନ କଲେ କେବେ ଆର୍ଥିକ ସମସ୍ୟା ଦେଖାଦେଇନଥାଏ ।

୪. କର୍କଟ ରାଶି: ଏହି ରାଶିର ବ୍ୟକ୍ତି ଧଳା ରଂଗର ବସ୍ତ୍ର ଦାନ କଲେ ବ୍ୟବସାୟରେ ଲାଭ ମିିଳିଥାଏ ।

୫. ସିଂହ ରାଶି: ଅଭାବି ଏବଂ ଗରିବ ଲୋକଙ୍କୁ ନାଲି ରଂଗର ବସ୍ତ୍ର ଦାନ କଲେ ସୂର୍ଯ୍ୟ ଦେବଙ୍କ କୃପା ଲାଭ ହୋଇଥାଏ ।

୬. କନ୍ୟା ରାଶି: ଏହି ଦିନ ଫଳ ଦାନ କଲେ ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ ।

୭. ତୁଳା ରାଶି: ଏହି ଦିନ କ୍ଷୀର, ଚାଉଳ ଏବଂ ଚିନି ଦାନ କଲେ ଜାତକରେ ଶୁକ୍ର ମଜବୁତ ହୋଇଥାଏ ।

୮. ବିଛା ରାଶି: ଏହି ରାଶିର ବ୍ୟକ୍ତି ମସୁର ଡାଲି, ଚିନା ବାଦାମ ଓ ମହୁ ଦାନ କଲେ ସୂର୍ଯ୍ୟ ଦେବଙ୍କ କୃପା ଲାଭ ହୋଇଥାଏ ।

୯. ଧନୁ ରାଶି: ଏହି ଦିନ ହଳଦିଆ ବସ୍ତ୍ର ଦାନ କଲେ ମନଇଚ୍ଛା ଚାକିରି ମିଳିଥାଏ ।

୧୦. ମକର ରାଶି: ଏହି ଦିନ କଳା କମ୍ବଳ ଦାନ କରିଲେ ଧନ ଲାଭର ଯୋଗ ନିର୍ମିତ ହୋଇଥାଏ ।

୧୧. କୁମ୍ଭ ରାଶି: କଳା ରାଶି, କଳା ଜୋତା, ଚମଡ଼ା ଚପଲ ଦାନ କଲେ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।

୧୨. ମୀନ ରାଶି: ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପାଇଁ ସୋରିଷ, ହଳଦିଆ ରଂଗ ଫୁଲ ଏବଂ ହଳଦିଆ ବସ୍ତ୍ର ଦାନ କରନ୍ତୁ ।