IPL 2025: ଗୁଜରାଟକୁ ୬ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ, ଚମକିଲେ ପୁରନ-ମାର୍କରାମ

ନୂଆଦିଲ୍ଲୀ:  ଗୁଜରାଟକୁ ଧୂଳି ଚଟାଇଲା ଲକ୍ଷ୍ନୌ । ଲକ୍ଷ୍ନୌଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜୁରାଟ ମ୍ୟାଚ ହାରିଛି ।

ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ରହିଥିଲା । ଟିମ୍ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଛି । ନିକୋଲାସ ପୁରନ ଏବଂ ଇଡେନ ମାର୍କରାମ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି ।

ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ଏବଂ ଗୁଜୁରାଟ । ତେବେ ଲକ୍ଷ୍ନୌ ଟିମର ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଅଧିନାୟକ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିଲେ । ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୫୬ ରନ୍ କରିଥିବାବେଳେ ଶୁଭମନ୍ ଗିଲ୍ ୬୦ ରନ୍ କରିଥିଲେ।

ମ୍ୟାଚ ଆରମ୍ଭରୁ 100 ରନ୍ ହେବା ଯାଏଁ କୌଣସି ଓ୍ବିକେଟ ପଡିନଥିଲା । 180 ରନରେ ଅଟକିଥିଲା ଦଳ ।

181 ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଲକ୍ଷ୍ନୌ । ନିକୋଲାସ୍ ପୁରନ ଦମଦାର ପ୍ରଦର୍ଶନ କରିଥିଲେ । ୩୪ ବଲ୍‌ରେ ୬୧ ରନ୍‌ କରିଥିଲେ । ଆଉଡେନ ମାର୍କରାମ ୫୮ ରନ କରିଥିଲେ । ତେବେ ଲକ୍ଷ୍ନୌ  ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା ।