fbpx

ସ୍କେଟିଂ ଅଭ୍ୟାସ କରୁଥିଲା ମହିଳା ଏଏସପିଙ୍କ ୧୦ ବର୍ଷର ପୁଅ, ନୂଆଗାଡିର ବେଗ ମାପିବାକୁ ଯାଇ ଚଢାଇଦେଲେ ଦୁଇ ଯୁବକ

ଲକ୍ଷ୍ନୌ:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗତ ମଙ୍ଗଳବାର ଏକ ଅତ୍ୟନ୍ତ ଲୋମହର୍ଷକ ଘଟଣା ଘଟିଛି । ଏଠାରେ ଜଣେ ପୋଲିସ ଏଏସ୍‌ପିଙ୍କ ୧୦ ବର୍ଷର ପୁଅକୁ ଗାଡି ଚଢାଇ ହତ୍ୟା କରାଯାଇଛି । ହତ୍ୟାକାରୀ ନିଜ ନୂଆ ଗାଡିର ବେଗ ପରୀକ୍ଷଣ ଲାଗି ଏପରି ଅଘଟଣ ଭିଆଇଛି । ୧୫୦ କିଲୋମିଟର ବେଗରେ ଦୌଡୁଥିବା ଏସୟୁଭି କାର୍ ୧୦ ବର୍ଷର ବାଳକ ନେମିଷର ଜୀବନ ନେଇଯାଇଛି । ଧକ୍କା ଲାଗିବା ପରେ ନେମିଷ ୧୫ ମିଟର ଦୂରକୁ ଛିଟିକି ପଡି ଡିଭାଇଡର ଉପରେ କଚାଡି ହୋଇପଡିଥିଲା । ପୋଲିସ ଏସୟୁଭିରେ ଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଲକ୍ଷ୍ନୌରେ ରହୁଥିବା ସାର୍ଥକ ସିଂହ ଗାଡି ଚଳାଉଥିବା ବେଳେ ତାର ଜଣେ ବନ୍ଧୁ ତା ସହ ବସିଥିଲା ।

ଆଡିସନାଲ ଏସ୍‌ପି ଶ୍ୱେତା ଶ୍ରୀବାସ୍ତବ ମଙ୍ଗଳବାର ସକାଳେ ଗୋମତୀ ନଗର ବିସ୍ତାର ସ୍ଥିତ ଜି-୨୦ ରାସ୍ତାରେ ପୁଅକୁ ସ୍କେଟିଂ ଶିଖାଉଥିବା କୋଚ୍‌ଙ୍କ ସହ ଆସୁଥିଲେ । ସକାଳ ୫ଟା ୩୦ ସମୟରେ ନେମିଷ ଜନେଶ୍ୱର ମିଶ୍ର ପାର୍କ ନିକଟରେ ନିଜର ସ୍କେଟିଂ ଅଭ୍ୟାସ କରୁଥିଲା । ଏହି ସମୟରେ ଦ୍ରୁତ ଗତିରେ ଥିବା ଏକ କାର୍ ତାଙ୍କୁ ପିଟି ଦେଇଥିଲା । ମହିଳା ଏଏସପି ତତ୍‌କ୍ଷଣାତ୍ ଦୌଡି ଦୌଡି ଆସି ପୁଅ ପାଖରେ ପହଞ୍ଚିଥିଲେ ଓ ପୁଅକୁ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଏକ ଧଳା ରଙ୍ଗର ଏସୟୁଭି ୭୦୦ କାର୍‌କୁ ଚିହ୍ନଟ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ସାର୍ଥକର ପିତା ସମାଜବାଦୀ ପାର୍ଟିର ନେତା ଓ ପୂର୍ବ ଜିଲ୍ଲା ପଞ୍ଚାୟତ ସଦସ୍ୟ । ସେହିପରି ଅନ୍ୟଜଣେ ଅଭିଯୁକ୍ତ ଜଣେ ବଡ ବ୍ୟବସାୟୀଙ୍କ ପୁଅ । ଏହି କାର୍ କାନପୁରର ଜଣେ ଗହଣା ବେପାରୀଙ୍କ ନାମରେ ରହିଛି । ଦୁର୍ଘଟଣା ସମୟରେ ଦୁଇ ଅଭିଯୁକ୍ତ କାର୍ ରେସ୍ କରୁଥିଲେ । ଏହି ସମୟରେ ସେମାନଙ୍କ କାର୍‌ର ବେଗ ଘଣ୍ଟା ପ୍ରତି ୧୫୦ କିମି ଥିଲା ।

Get real time updates directly on you device, subscribe now.