fbpx

ଆରମ୍ଭ ହୋଇଗଲାଣି ଚନ୍ଦ୍ର ଗ୍ରହଣ, ଏହି ରାଶିର ଲୋକ ରୁହନ୍ତୁ ସାବଧାନ

ଓଡ଼ିଶା ଭାସ୍କର:ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗି ସାରିଛି । ଏହି ଚନ୍ଦ୍ର ଗ୍ରହଣ ହୋଲି ପର୍ବ ସମୟରେ ଲାଗିଛି । ଚନ୍ଦ୍ର ଗ୍ରହଣ କନ୍ୟା ରାଶିରେ ଲାଗିଛି ଯେଉଁଠି ରାହୁ ପୂର୍ବରୁ ବସିଛି । ଏହି ଗ୍ରହଣ ସକାଳ ୧୦ଟା ୨୪ ମିନିଟ୍ ରୁ ଆରମ୍ଭ କରି ଦ୍ୱିପ୍ରହର ୩ଟା ୧ମି.ପର୍ଯ୍ୟନ୍ତ ରହିବ ।

ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ କନ୍ୟା ରାଶିରେ ଲାଗିଛି । ତେଣୁ ଏହି ରାଶିର ଜାତକଙ୍କ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ରହିବ । ତେଣୁ ଏହି ସମୟରେ ଏହି ରାଶିର ଲୋକମାନେ ସତର୍କ ରହିବା ଉଚିତ ।
୧- ଚନ୍ଦ୍ର ଗ୍ରହଣ ସମୟରେ ଟଙ୍କା ପଇସା କାରବାର କରନ୍ତୁ ନାହିଁ । କାରଣ ଅର୍ଥ ନିବେଶ ପାଇଁ ଏହି ସମୟ ଅନୁକୂଳ ନୁହେଁ । ଏହା କଲେ ଖର୍ଚ୍ଚ ବଢିବ । ବ୍ୟାଙ୍କ ବାଲାନ୍ସ ପ୍ରଭାବିତ ହେବ ।
୨- କନ୍ୟା ରାଶିର ଲୋକମାନଙ୍କୁ ଚାକିରୀ, ବ୍ୟବସାୟ, କ୍ୟାରିୟର କ୍ଷେତ୍ରରେ କ୍ଷତିର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ବଢିପାରେ । ଲୋକଙ୍କ ସହ ମତାନ୍ତର ଉପୁଜିପାରେ ।
୩-ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରହନ୍ତୁ । ପୁରୁଣା ରୋଗ ପୁଣି ଏହାର ପ୍ରତାପ ଦେଖାଇପାରେ । ଘରେ ମାତାପିତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ ।
୪-ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇପାରେ । ପାର୍ଟନରଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ ।

ପ୍ରଭାବ କମ୍ କରିବାକୁ ଉପାୟ: ଚନ୍ଦ୍ରଗ୍ରହଣ ପ୍ରଭାବ କମ୍ କରିବାକୁ ମାତା ଦୁର୍ଗା ଓ ମହାଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ । ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ସନ୍ଧ୍ୟାରେ ତୁଳସୀ ଗଛ ନିକଟରେ ଦୀପ ଜଳାନ୍ତୁ ।

Get real time updates directly on you device, subscribe now.