fbpx

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେମସିଟ: ସଂକ୍ରମଣ ହ୍ରାସ ପାଉଥିବା ନେଇ ସୂଚନା ଦେଲେ ଯୁଗ୍ନ ସଚିବ

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଛି କରୋନା ପ୍ରକୋପ । ଅବଶ୍ୟ ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ହ୍ରାସ ପରିଲକ୍ଷିତ ହୋଇଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ନ ସଚିବ ଆଣିଛନ୍ତି ଏକ ଆଶ୍ୱସ୍ତିକର ଖବର । ଯୁଗ୍ନ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ବର୍ତ୍ତମାନ ଦେଶରେ ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଛି । ତଥାପି କୌଣସି ଅବହେଳା ନକରି କଟକଣା ପାଳନ କରିବାକୁ ମଧ୍ୟ କହିଛନ୍ତି ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଲବ୍ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ୪ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକରେ ୫୦ ହଜାରରୁ ଅଧିକ ରହିଛି । ୧୧ ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ଆକ୍ଟିଭ କେସ ରହିଛି । ଜାନୁଆରୀ ୨୪ରେ ପଜିଟିଭିଟି ରେଟ୍ ୨୦.୭୫ ଥିଲା ଏବେ ଏହା ୪.୪୪ ପ୍ରତିଶତ ହୋଇଛି । ତେଣୁ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଏହା ଦର୍ଶାଉଛି । ତଥାପି କେରଳ, ମିଜୋରାମ, ହିମାଚଳ ପ୍ରଦେଶରେ ସଂକ୍ରମଣ ଅଧିକ ରହିଛି ।

ଭାକ୍ସିନକୁ ନେଇ ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୯୬ % ଲୋକ ପ୍ରଥମ ଡୋଜ୍ ନେଇସାରିଛନ୍ତି ଏବଂ ୭୮% ଲୋକ ଦ୍ୱିତୀୟ ଡୋଜ ନେଇସାରିଛନ୍ତି । ସେହିଭଳି ବୁଷ୍ଟର ଡୋଜ୍ ନେଇଛନ୍ତି ୧.୬୧ କୋଟି ।

ସେହିଭଳି ନୂଆ ଟ୍ରାଭେଲ ଗାଇଡଲାଇନକୁ ନେଇ ଲବ ଅଗ୍ରୱାଲ କହିଛନ୍ତି ଯେ ଅନ୍ତର୍ଜାତୀୟ ଟ୍ରାଭେଲ ଆଡଭାଇଜରୀ ଜାରି ହୋଇଛି । ଯେଉଁ ୮୨ ଦେଶରେ କୋଭିସିଲ୍ଡ ଏବଂ କୋଭାକ୍ସିନ ଦିଆଯାଇଛି ସେଠାରୁ ଆସୁଥିବା ଲୋକଙ୍କୁ ଭାକ୍ସିନ ସାର୍ଟିଫିକେଟ ଅପଲୋଡ କରିବାକୁ ହେବ । ଏବେ ପୂର୍ବ ଭଳି ହାଇ ରିସ୍କ ଦେଶରୁ ଆସୁଥିଲେ ଆରଟି-ପିସିଆର କରିବା ଜରୁରୀ ଥିଲା କିନ୍ତୁ ଏବେ କାହାକୁ ବି ରୋକାଯିବ ନାହିଁ । ଏହା ସହ ବିଦେଶୀ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେଲ୍ଫ ମନିଟରିଂ କରିବେ ଏହା ସହ  ୭ଦିନ ହୋମ କ୍ୱାରେଣ୍ଟାଇନ ମଧ୍ୟ ପାଳନ କରିବେ ।

Get real time updates directly on you device, subscribe now.