ଦେଶର ସବୁଠାରୁ ଦାମୀ ଟ୍ରେନ୍… ବାପରେ ବାପ୍ ଏତେ ଟଙ୍କାର ଟ୍ରେନ୍ ଟିକଟ, ଦାମ୍ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍
ଦେଶର ସବୁଠୁ ଦାମୀ ଟ୍ରେନ୍ । ଫ୍ଲାଇଟ୍ ଟିକଟଠାରୁ ମଧ୍ୟ ଅଧିକ ଟ୍ରେନ୍ ଟିକଟର ଦାମ୍ ।
ଓଡ଼ିଶା ଭାସ୍କର: ଭାରତୀୟମାନେ ଟ୍ରେନ୍ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ଏହା ନିଜ ଗନ୍ତବ୍ୟସ୍ଥଳକୁ କମ୍ ସମୟରେ ପହଞ୍ଚାଇ ଦେଉଥିବାବେଳେ ଏହାର ଟିକଟ ଦର ମଧ୍ୟ ଖୁବ୍ କମ୍ ରହିଛି । ଯେଉଁ କାରଣରୁ ଲୋକେ ଟ୍ରେନ୍ ଯାତ୍ରା ପାଇଁ ମନ ବଳାନ୍ତି।
ବଗି ଅନୁସାରେ ଟିକଟର ମୂଲ୍ୟ ଧାର୍ଯ୍ୟ ହୋଇଥାଏ । ଦେଶରେ ଏମିତି ଏକ ଟ୍ରେନ୍ ଅଛି ଯାହାର ଟିକଟ ରେଟ୍ ଶୁଣି ଆପଣମାନଙ୍କ ହୋସ୍ ଉଡିଯିବ । ଟ୍ରେନ୍ ଭିତର ମାହୋଲ କୌଣସି ରାଜା ମହାରାଜାଙ୍କ ବଙ୍ଗଳାଠାରୁ କମ୍ ନୁହେଁ ।
ମିଳିବ ସବୁ ସୁବିଧା: ଭାରତରେ ଏହି ଟ୍ରେନର ଭଡ଼ା ଫ୍ଲାଇଟ୍ ଭଡ଼ା ଠାରୁ ଢେର ଗୁଣା ଅଧିକ । ଏହି ଟ୍ରେନର ନାମ ମହାରାଜା ଏକ୍ସପ୍ରେସ୍ ।ଏହାର ଭଡ଼ା ଲକ୍ଷାଧିକ ଟଙ୍କା । ୨୦୧୦ରେ ମହାରାଜା ଏକ୍ସପ୍ରେସ୍ ଗଡ଼ିବା ଆରମ୍ଭ କରିଥିଲା । ଏହି ଟ୍ରେନରେ ୨୩ଟି ବଗି ରହିଛି, ଯେଉଁଥିରେ ୮୮ ଜଣ ଯାତ୍ରୀ ଏକକାଳୀନ ଯାତ୍ରା କରିପାରିବେ ।
ଟ୍ରେନ୍ ଭିତରେ ଏକ ଶାହି ହୋଟେଲ ରହିଛି । ଏଥିସହ ଇଣ୍ଟରନ୍ୟାଶନାଲ କଲିଂ ସୁବିଧା, ଇଣ୍ଟରନେଟ୍, ଇଲେକ୍ଟ୍ରୋନିକ୍ ଲକର, ଆଲମାରୀ ଇତ୍ୟାଦିର ସୁବିଧା ରହିଛି । ଏହାରି ଭିତରେ ୨ଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ଯାହାର ନାମ ମୋର୍ ମହଲ ଏବଂ ରଙ୍ଗ ମହଲ । ଯେଉଁଠାରେ ବାହାର ଦେଶର କଣ୍ଟିନେଣ୍ଟାଲ ଫୁଡ୍ ସର୍ଭ କରାଯାଉଛି । ସବୁପ୍ରକାର ଲଗଜୁରୀ ସୁବିଧା ଏହି ଟ୍ରେନରେ ଯାତ୍ରୀଙ୍କୁ ମିଳିଥାଏ ।
ଯାତ୍ରାରେ ମିଳିବ ଆରାମ: ଏହି ଟ୍ରେନ୍ ୮ ଦିନରେ ତାଜମହଲ, ଖଜୁରାହୋ ମନ୍ଦିର, ରଣଥଂଭୋର ଏବଂ ବାରାଣାସୀ ସମେତ ବହୁ ଖାସ୍ ଜାଗା ବୁଲେଇ ନିଏ । ଏହି ଟ୍ରେନର ସଂଚାଳନ ଆଇଆରସିଟିସି କରିଥାଏ ।
ମହାରାଜା ଏକ୍ସପ୍ରେସର ସବୁଠାରୁ ଶସ୍ତା ଟିକଟର ଦାମ୍ ୪,୧୩,୨୧୦ ଟଙ୍କା ହୋଇଥିବାବେଳେ ସବୁଠାରୁ ଦାମୀ ଟିକଟର ମୂଲ୍ୟ ୧୧,୪୪,୯୮୦ ଟଙ୍କା । ଏତିକି ମୂଲ୍ୟରେ ଯାତ୍ରୀ ଦିଲ୍ଲୀ-ଆଗ୍ରା-ରଣତମ୍ବୋରଯାଇପାରିବେ । ସେହିପରି ଦିଲ୍ଲୀ-ଜୟପୁର-ରଣଥୋମ୍ବର-ଫତେହପୁର-ଆଗ୍ରା-ଖଜୁରାହୋ-ବାରାଣାସୀ-ଦିଲ୍ଲୀ ଯିବା ପାଇଁ ୬,୫୪,୮୮୦ ଟଙ୍କାର ଆରମ୍ଭ କରି ୨୧,୦୩,୨୧୦ ଟଙ୍କା ପର୍ଯ୍ୟନ୍ତ ଟିକଟ ବାବଦକୁ ଦେବାକୁ ପଡ଼ିଥାଏ ।