Video: ଭକ୍ତଙ୍କ ବୋଦା ଖାଇଗଲେ ମନ୍ଦିର ଟ୍ରଷ୍ଟି.. ସାମନାକୁ ଆସିଲା ମା’ ରାମଚଣ୍ଡୀ ମନ୍ଦିର କେଳେଙ୍କାରୀ କଥା

ହାଟରେ ପଡି ଦାଣ୍ଡରେ ଗଡିଲା ପୂର୍ବତନ ଟ୍ରଷ୍ଟିଙ୍କ କେଳେଙ୍କାରୀ। ମାନସିକଧାରୀ ଭକ୍ତଙ୍କ ବୋଦା ଖାଇଗଲେ ମନ୍ଦିର ଟ୍ରଷ୍ଟି। ଗୋଟେ କି ଦି ଟା ନୁହେଁ ଏକାବେଳେ ତିନି ତିନିଟା ବୋଦା ଚଳୁ କରିଦେଲେ ମନ୍ଦିର ଟ୍ରଷ୍ଟି। ମାନସିକ ପୂରଣ ପାଇଁ ଭକ୍ତ ମନ୍ଦିରକୁ ଦାନ କରିଥିଲେ ବୋଦା। 

କେନ୍ଦ୍ରାପଡ଼ା: ଚାଲିଥିଲା ଗୋଟେ କେଳେଙ୍କାରୀର ତଦନ୍ତ..ଗୁମର ଫିଟିଲା ଆଉ ଗୋଟେ କେଳେଙ୍କାରୀର। ଗୋଟେ ପରେ ଗୋଟେ ଖେଲୁଛି ଦରିଆପାରି ମା ରାମଚଣ୍ଡୀ ମନ୍ଦିରର ପୂର୍ବତନ ଟ୍ରଷ୍ଟିଙ୍କ କେଳେଙ୍କାରୀର ଲମ୍ବା ଚିଠା।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ଦରିଆପାରି ମା ରାମଚଣ୍ଡୀ ମନ୍ଦିର ପୂର୍ବ ତନ ଟ୍ରଷ୍ଟି ଙ୍କ ନାଁ ରେ ଉଠିଛି ରସିଦ ଜାଲିଆତି ଅଭିଯୋଗ ।

ମନ୍ଦିର ର ଭାରପାପ୍ତ ଟ୍ରଷ୍ଟି ତହସିଲଦାର ଶିବ ମଳିକ ଆଜି ମନ୍ଦିର ରେ ପହଁଚି ପୂର୍ବତନ ଟ୍ରଷ୍ଟି ଦେଇଥିବା ମନ୍ଦିର ସମ୍ପର୍କିତ ନଥି ପତ୍ର ଯାଞ୍ଚ ବେଳେ ରସିଦ ଜାଲିଆତି କଥା ସାମ୍ନାକୁ ଆସିଛି ବୋଲି ଗୁରୁତ୍ତର ଅଭିଯୋଗ କରିଛି ରାମଚଣ୍ଡୀ ଆଞ୍ଚଳିକ ସେନା।

ମନ୍ଦିର ପରିସରରେ ଭାରପ୍ରାପ୍ତ ଟ୍ରଷ୍ଟି ତହସିଲଦାରଙ୍କ ଉପସ୍ଥିତରେ ସର୍ବ ସମ୍ମୁଖରେ ମାଆଙ୍କ ହୁଣ୍ଡୀ ଗଣା ଯାଇଥିଲା, ହୁଣ୍ଡିରୁ ୧୭ହଜାର ରୁ ଉର୍ଦ୍ଧ ଟଙ୍କା ମିଳିଥିଲା ।

ତେବେ ପୂର୍ବତନ ଟ୍ରଷ୍ଟି ଦେଇଥିବା ହିସାବ ପତ୍ର ର ତାଳ ମେଳ ମିଳୁନଥିବା ଦେଖିବାକୁ ମିଳିଛି । ଅପର ପକ୍ଷେ ମନ୍ଦିର ପରିସରରେ ଟହଳିଆ ଭାବେ କାର‌୍ୟ କରୁଥିବା ଟହଳିଆଙ୍କ ଚାରି ମାସର ୪୦ ହଜାର ଟଙ୍କା ନ ଦେଇ ଫଲସ ରସିଦ କାଟି ଥିବା ଅଭିଯୋଗ କରିଛନ୍ତି ଟହଳିଆ ।

ମନ୍ଦିର ଆୟକୁ ପୂର୍ବତନ ଟ୍ରଷ୍ଟି ସ୍ଥାନୀୟ ନେତା ମାନେ ଧାର ସୂତ୍ରରେ ନେଇଥିବା କଥା ଜଣା ପଡିବା ପରେ ଅଂଚଳରେ ଚର୍ଚ୍ଚା ଯୋର ଧରିଛି, ତେବେ ମନ୍ଦିର ଆୟ ଅର୍ଥକୁ ମାଆଙ୍କ ଜମା ଖାତାରେ ଜମା ନ ରଖି କିପରି ନେତାଙ୍କୁ ଧାର ଦେଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଖାଲି ଏତିକି ରେ ଥମି ନାହିଁ ମନ୍ଦିର ଟ୍ରଷ୍ଟିଙ୍କ କେଳେଙ୍କାରୀ.. ସବୁଠାରୁ ବଡ଼ ଅଭିଯୋଗ ଏହା ଯେ ମା ଙ୍କ ପାଖରେ ମାନସିକଧାରୀ ଭକ୍ତ ମାନେ ଦାନ କରିଥିବା ତିନି ଗୋଟି ବୋଦାକୁ ବି କୁଆଡ଼େ ପୂର୍ବ ତନ ଟ୍ରଷ୍ଟି ନେଇଯାଇଥିବା ଗୁରୁତ୍ତର ଅଭିଯୋଗ ଉଠିଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛି ଆଞ୍ଚଳିକ ସେନା।