fbpx

ବିପୁଳ ପରିମାଣର ମଦ ଜବତ, ୩ ଗିରଫ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ବାଲିଅନ୍ତା ତଳଗଡ ଅଞ୍ଚଳର ସଞ୍ଜୟ ଭୋଇ (୩୪)ଙ୍କ ଘର ଏବଂ ଦୋକାନରେ ଏକା କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଏବଂ ବିଦେଶୀ ମଦ ଜବତ କରିଛି ।  ଚୋରା ମଦ ବେପାରରେ ସହଯୋଗ କରୁଥିବା ଅନ୍ୟ  ଦୁଇ ସହଯୋଗୀ ଉତ୍ତର ପ୍ରଦେଶ ଚାନ୍ଦୋଲି ଜିଲ୍ଲାର ରାମକୁମାର ଯାଦବ (୫୦) ଏବଂ ଫିରୋଜପୁର ଗ୍ରାମର ମୁଲାୟମ ୟାଦବ୍‌ (୨୧)ଙ୍କୁ ଗିରଫ କରିଛି ବାଲିଅନ୍ତା ପୋଲିସ । ବାଲିଅନ୍ତା ପୋଲିସ ସଞ୍ଜୟ ନିକଟରୁ ୧୦୦ ଲିଟରରୁ ଉର୍ଦ୍ଦଦେଶୀ ଓ ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି । ବାଲିଅନ୍ତା ପୋଲିସ ୩ ଅଭିଯୁକ୍ତଙ୍କୁ କେଶ୍‌ ନମ୍ବର ୩୧୫/୨୧ରେ ରୁଜୁ କରି ଗିରଫ କରିବା ପରେ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.