fbpx

ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଉପେନ୍ଦ୍ର: ସନ୍ତରଣ ପ୍ରତିଯୋଗୀତାରେ ଜିତିଲେ ୬ସ୍ୱର୍ଣ୍ଣ, ୧ ରୌପ୍ୟ ପଦକ

ନବରଙ୍ଗପୁର,(ଭାସ୍କର ନ୍ୟୁଜ):ରାଜ୍ୟ ସନ୍ତରଣ ପ୍ରତିଯୋଗୀତାରେ ନବରଙ୍ଗପୁର ସହରର ଉପେନ୍ଦ୍ର ପୂଜାରୀ ୬ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିଣି ରାଜ୍ୟ ଓ ଜିଲ୍ଲା ପାଇଁ ଗୈାରବ ଅର୍ଜନ କରିଛନ୍ତି । ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ଭଣ୍ଡାର ଘରଣୀ ମନ୍ଦିର ପୂଜାରୀ ରାଜୀବ ଲୋଚନ ପୂଜାରୀ ଓ ମା ବୈଜୟନ୍ତୀ ମାଳା ପୂଜାରୀଙ୍କ ପୁଅ ଉପେନ୍ଦ୍ର ପୂଜାରୀ(୧୬) ଛଅଟି ଇଭେଣ୍ଟରେ ପ୍ରଥମ ହୋଇ ୬ ସ୍ୱର୍ଣ୍ଣ ଓ ଅନ୍ୟ ଏକ ଇଭେଣ୍ଟରେ ଦ୍ବିିତୀୟ ହୋଇ ରୈାପ୍ୟ ପଦକ ହାସଲ କରିଛନ୍ତି ।ଏହି ପ୍ରତିଯୋଗିତାରେ ୧୯ଜିଲ୍ଲାରୁ ୧୨୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଚଳିତ ମାସ ୨୫ ଓ ୨୬ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପେନ୍ଦ୍ର ଶହେ ମିଟର ବଟର ପ୍ଲାଏ କନିଷ୍ଠ ବର୍ଗ, ୫୦ମିଟର ବ୍ୟାକଷ୍ଟ୍ରୋକ କନିଷ୍ଠ ବର୍ଗ, ଶହେ ମିଟର ବ୍ୟାକଷ୍ଟ୍ରୋକ କନିଷ୍ଠ ବର୍ଗ , ଦୁଇଶହ ମିଟର ବ୍ୟାକଷ୍ଟ୍ରୋକ କନିଷ୍ଠ ବର୍ଗରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୫୦ମିଟର ବ୍ୟାକଷ୍ଟ୍ରୋକ ବରିଷ୍ଠ ବର୍ଗ ଓ ଶହେ ମିଟର ବ୍ୟାକଷ୍ଟ୍ରୋକ ବରିଷ୍ଠ ବର୍ଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହି ରି ୫୦ ମିଟର ବଟର ପ୍ଲାଏ ଜୁନିୟର ବର୍ଗରେ ଦ୍ୱିତୀୟ ହୋଇ ରୈାପ୍ୟ ପଦକ ହାସଲ କରିଛନ୍ତି । ସେ ପିଲାଦିନରୁ ସ୍ଥାନୀୟ ପ୍ରତାପ ସାଗର ଓ ଗୋରମୁଣ୍ଡା ପୋଖରୀରେ ସନ୍ତରଣ ଅଭ୍ୟାସ କରି ଆସୁଥିଲେ। ନବରଙ୍ଗପୁର ପରି ଆଦିବାସୀ ଅଧ୍ୟୂଷିତ ଜିଲ୍ଲାରେ ନିଜର ଚେଷ୍ଟା ଓ ପ୍ରତିଭା ବଳରେ ସେ ରାଜ୍ୟ ସ୍ତରୀୟ ବହୁ ପ୍ରତିଭା ସନ୍ତରଣ କାରୀ ମାନଙ୍କୁ ପଛରେ ପକାଇ ଜିଲ୍ଲା ପାଇଁ ଅପୂର୍ବ ଗୈାରବ ଆଣି ପାରିଛନ୍ତି । ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।  ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ,ଉପ ସଭାପତି ଏମ୍‌.ବାଳ କ୍ରିଷ୍ଣା,ବିଜେପି ବିଧାୟକ ପ୍ରାର୍ଥୀ ଗୈାରୀ ଶଙ୍କର ମାଝୀ, ବିଜେପି ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ ପ୍ରମୁଖ ବିଶେଷ ଧନ୍ୟବାଦ ଦେବା ସହିତ ଅଭିନନ୍ଦନ ଜଣାଇଛନ୍ତି।

Get real time updates directly on you device, subscribe now.