fbpx

ପିପିଲି ଉପନିର୍ବାଚନ: ଇଭିଏମ ଅଚଳ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଭୋଟ୍ । ଏହାରି ମଧ୍ୟରେ ପିପିଲିର ଏକ ବୁଥରେ ଇଭିଏମ ଅଚଳ ହୋଇଛି, ଫଳରେ ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଛି । ନୂଆଶାସନ ଦକ୍ଷିଣସାହିର ୨୦୩ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଥିବା ସୂଚନା ମିଳିଛି ।

ତେବେ ପିପିଲି ପାଇଁ ଭୋଟ ଦେବେ ୨ ଲକ୍ଷ ୨୯ ହଜାର ମତଦାତା । ୩୪୮ଟି ବୁଥରେ ମତଦାନର ବ୍ୟବସ୍ଥା ହୋଇଛି । ୧୭୫ଟି ବୁଥରେ ମତଦାନର ସିଧାପ୍ରସାରଣ ହେବ । ୩୪୮ଟି ବୁଥରୁ ୨୦୧ଟି ବୁଥ ସମ୍ବେଦନଶୀଳ ରହିଥିବା ଚିହ୍ନଟ ହୋଇଛି । ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ ଟି ସମ୍ୱେଦନଶୀଳ ତାଲିକାରେ ରହିଛି ।

Get real time updates directly on you device, subscribe now.