fbpx

‘ମରିଯାଅ’ ବୋଲି ଅଭିଭାବକଙ୍କୁ କହିଲେ ମଧ୍ୟ ପ୍ରଦେଶ ଶିକ୍ଷାମନ୍ତ୍ରୀ! ଶକ୍ତିମନ୍ତ୍ରୀ ବି ଦେଲେ ବିବାଦୀୟ ମତ

କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗର ଲୋକ । ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମଧ୍ୟ ପ୍ରଦେଶର ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ଆସିଥିବା ଅଭିଭାବକଙ୍କ ଗୁହାରି ଶୁଣିବା ପରିବର୍ତ୍ତେ ମନ୍ତ୍ରୀ ଅଭିଭାବକଙ୍କୁ ମରିଯାଅ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶ ପାଳକ ମହାସଙ୍ଘର ପ୍ରାୟ ୧୦୦ ଜଣ ଅଭିଭାବକ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାରଙ୍କୁ ଦେଖା କରିବାକୁ ତାଙ୍କ ବାସ ଭବନ ଠାରେ ପହଞ୍ଚିଥିଲେ ଏବଂ ସେମାନେ ଅଭିଯୋଗ କରିଥିଲେ ଯେ ହାଇକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ସ୍କୁଲଗୁଡ଼ିକ ସେମାନଙ୍କଠାରୁ ଅଧିକ ଫିସ୍ ନେଉଛନ୍ତି ।

ତେବେ ମନ୍ତ୍ରୀ ପରମାର ଆଲୋଚନାବେଳେ ରାଗିଯାଇଥିଲେ ଏବଂ ସେମାନଙ୍କୁ ଏବଂ ସେମାନଙ୍କୁ ମରିଯାଅ ବୋଲି କହିଥିଲେ । ମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଅଭିଭାବକ ଏବଂ ବିରୋଧୀ ଦଳ । ଅଭିଭାବକ ମହାସଂଘର ସଭାପତି କମଲ ବିଶ୍ୱକର୍ମା କହିଛନ୍ତି ମନ୍ତ୍ରୀଙ୍କୁ ଏଥିପାଇଁ କ୍ଷମା ମାଗିବା ସହ ପଦରୁ ଇସ୍ତଫା ଦେବା ଉଚିତ୍ । ସେପଟେ ବିରୋଧୀ କଂଗ୍ରେସ ମଧ୍ୟ ଏଥିପାଇଁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

ସେପଟେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମର । ଗାଡ଼ି ବଦଳରେ ସାଇକେଲ ଚଳାଇବା ଭଲ ଅଭ୍ୟାସ ଏବଂ ଏହାଦ୍ୱାରା ପ୍ରଦୂଷଣ ହୋଇନଥାଏ ବୋଲି ବେପରୁଆ ମନ୍ତବ୍ୟ ଦେଇଥିଲେ ତୋମର ।

Get real time updates directly on you device, subscribe now.