fbpx

୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବା ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳ ଦେଲା ମଞ୍ଜୁରୀ, ପଇସା ଆକାଉଣ୍ଟକୁ ଫେରି ଆସିବ

ଭୋପାଳ;ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ମନ୍ତ୍ରୀମଣ୍ଡଳ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦିଆଯିବାକୁ ବୈଠକରେ ମଞ୍ଜୁରୀ ମିଳିସାରିଛି ।

ବୈଠକରେ ନିଷ୍ପତ୍ତି ନିଆଯାଇଛି କି ଶ୍ରାବଣ ମାସ ୪ ଜୁଲାଇରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଯେଉଁମାନେ ଅଧିକ ଟଙ୍କାରେ ଗ୍ୟାସ ଭରିଛନ୍ତି ସେମାନଙ୍କୁ ଟଙ୍କା ଫେରାଇ ଦିଆଯିବ । ଏହି ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଲାଭାର୍ଥୀଙ୍କୁ ତୁରନ୍ତ ଫେରାଇ ଦିଆଯିବ ।

ଭୋପାଳ ସ୍ଥିତ ମୁକ୍ୟମନ୍ତ୍ରୀ ଆବାସରେ ଆୟୋଜିତ ମନ୍ତ୍ରୀମଣ୍ଡଳ ବୈଠକରେ ନିର୍ଣ୍ଣୟ ନିଆଯାଇଛି ଯେ, ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବର୍ଦ୍ଧିତ ବିଜୁଳି ବିଲକୁ ସ୍ଥଗିତ କରି ଦିଆଯିବ । ଏହା ବ୍ୟତିତ ଆଶକର୍ମୀଙ୍କ ପ୍ରୋତ୍ସାହିତ ରାଶିକୁ ୨,୦୦୦ ଟଙ୍କାରୁ ବଢାଇ ୬,୦୦୦ ଟଙ୍କା ପର୍ଯ୍ୟନ୍ତ କରିଦିଆଯିବ ଓ ପ୍ରତି ବର୍ଷ ୧,୦୦୦ ଟଙ୍କା ଲେଖାଁଏ ବୃଦ୍ଧି କରାଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ମୁଖ୍ୟମନ୍ତ୍ରୀ ଚୌହାନ ଗତ କିଛିଦିନ ତଳେ ଲାଡଲୀ ଭଉଣୀ କାର୍ଯ୍ୟକ୍ରମରେ ମହିଳାଙ୍କୁ ୨ ମାସ ପାଇଁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବା କଥା କହିଥିଲେ ।

Get real time updates directly on you device, subscribe now.