3 ବର୍ଷ କାଳ ଛାତ୍ରୀଙ୍କୁ ବନ୍ଦୀ କରି ବଳାତ୍କାର, ଗର୍ଭବତୀ ହେବାରୁ ଗର୍ଭପାତ ପାଇଁ ବାଧ୍ୟ

3 ବର୍ଷ ଧରି ମୌଲାନା କରୁଥିଲେ ଛାତ୍ରୀଙ୍କୁ ବଳାତ୍କାର

ଉତ୍ତରପ୍ରଦେଶ: ଛାତ୍ରୀଙ୍କୁ ବାରମ୍ବାର ମାଡ଼ ମାରି ଦୁଷ୍କର୍ମ କରୁଥିଲେ ମୌଲାନା, ସେ ପୁଣି ତାଙ୍କ ସ୍ତ୍ରୀଙ୍କ ସହଯୋଗରେ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠରେ।

ଛାତ୍ରୀ ଜଣଙ୍କ ବିହାରରୁ ଚେନ୍ନାଇକୁ ପାଠପଢ଼ିବା ପାଇଁ ଆସିଥିଲେ। ଯେଉଁଠି ତାଙ୍କୁ ବନ୍ଦୀ କରାଯାଇ 3 ବର୍ଷ କାଳ ଦୁଷ୍କର୍ମ କରାଯାଇଥିଲା।

ବର୍ତ୍ତମାନ, ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ମୌଲାନାଙ୍କୁ ଗିରଫ କରିଛି। ପୀଡିତା ଝିଅଟି ଏହା ମଧ୍ୟ କହିଛି ଯେ ଏହି ସମ୍ପୂର୍ଣ୍ଣ ମାମଲାରେ ଅଭିଯୁକ୍ତ ମୌଲାନାଙ୍କ ସ୍ତ୍ରୀ ତାଙ୍କୁ ସମର୍ଥନ କରିଥିଲେ।

ଝିଅଟି ଅଭିଯୋଗ କରି କହିଛି ଯେ ତାଙ୍କୁ ଚେନ୍ନାଇରେ ବନ୍ଦୀ କରି ରଖାଯାଇଥିଲା ଏବଂ ବଳାତ୍କାର ପରେ, ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା।

ବର୍ତ୍ତମାନ ପୋଲିସ ପୀଡିତାଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତ ମୌଲାନାଙ୍କୁ ଗିରଫ କରିଛି।