fbpx

କୋର୍ଟର ଅଜବ ନିଷ୍ପତି :ଦିନକୁ ୫ଥର ନମାଜ ପଡ଼ିବାକୁ ଦୋଷୀକୁ ଦେଲେ ଶକ୍ତ ନିର୍ଦ୍ଦେଶ ଏହା ସହ ..

Advertisement

ନାସିକ: ମହାରାଷ୍ଟ୍ରର ନାସିକ ଜିଲ୍ଲା ଅଦାଲତ ଏକ ଏଭଳି ଶୁଣାଣି କରିଛି ଯାହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମାଡ ଗୋଡ ଘଟଣାରେ କୋର୍ଟ ଏପରି ଶୁଣାଣି ଦେଇଛନ୍ତି ଯାହା ଆପଣ ଶୁଣିଲେ ମଧ୍ୟ ଚକିତ ହେବେ । ଘଟଣାର ଶୁଣାଣିରେ କୋର୍ଟ କହିଛି ଯେ ଅପରାଧୀଙ୍କୁ ୨୧ ଦିନ ପର୍ଯ୍ୟନ୍ତ ସବୁ ଦିନ ଗଛ ଲଗାଇବା ସହିତ ଦିନରେ ୫ଥର ନମାଜ ପାଠ କରିବାକୁ କୁହାଯାଇଛି । ମାରପିଟ ରେ ଯିଏ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେ ଜଣେ ମୁସଲମାନ । ଯେଉଁକାରଣରୁ ତାଙ୍କୁ ଦିନକୁ ପାଞ୍ଚ ଥର ନମାଜ ପଢ଼ିବା ପାଇଁ କୁହାଯାଇଛି ।

ମାଜିଷ୍ଟ୍ରେଟ ତେଜବନ୍ତ ସିଂହ ସିଦ୍ଧୁ ୨୭ ଫେବୃୟାରୀରେ ପାରିତ ହୋଇଥିବା ଏକ ଘଟଣାରେପ୍ରୋବିଶନ ଅଫ ଅଫେଣ୍ଡ ଏକ୍ଟ ଅଧିନରେ ଜଣେ ଅପରାଧୀଙ୍କୁ ଉଚିତ ଦଣ୍ଡ ଶୁଣାଇବା ପାଇଁ ଏହା କରିଛନ୍ତି । ଯାହା ଫଳରେ ଦୋଷୀ ଯେଉଁ କାର୍ଯ୍ୟ କରିଛି ତାହାକୁ ସେ ଯେପରି ଆଗକୁ ଆଉଥରେ ନକରିବ ସେଲାଣି ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟଙ୍କ ଆଦେଶରେ କୁହାଯାଇଛି, ‘ମୋ ଅନୁଯାୟୀ, ଏକ ଅପରାଧି କୁ ଅପରାଧ ବିଷୟରେ ବୁଝେଇବା ପାଇଁ ଏହା ଏକ ଯୁକ୍ତିଯୁକ୍ତ ଚେତାବନୀ ଅଟେ। ଅଭିଯୁକ୍ତ ଦୋଷୀ ପ୍ରମାଣିତ ହୋଇଛି ଏବଂ ସେ ଏହାକୁ ମନେ ରଖିବା ଉଚିତ୍ ଯେପରି ସେ ଅପରାଧର ପୁନରାବୃତ୍ତି ନକରନ୍ତି।
ସୂଚନାମୁତାବକ ୨୦୧୦ ମସିହାରେ ୩୦ ବର୍ଷର ରଉଫ ଖାନ ନାମକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବା ଏବଂ ସଡ଼କ ଦୁର୍ଘଟଣାର ଏକ ଅଭିଯୋଗ ରୁଜୁ ହେଇଥିଲା । ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ସମୟରେ ଖାନ କହିଥିଲେ ଯେ ସେ ନିୟମିତ ଭାବେ ନମାଜ ପଢ଼ନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ୨୮ ରୁ ୨୧ ଦିନ ପାଇଁ ଦିନକୁ ପାଞ୍ଚଥର ପ୍ରାର୍ଥନା କରିବା, ସୋନାପୁରା ମସଜିଦ ପରିସରରେ ଦୁଇଟି ଗଛ ଲଗାଇବା ଏବଂ ବୃକ୍ଷର ଯତ୍ନ ନେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖାନଙ୍କ ଉପରେ ଆଇପିସି ଧାରା ୩୨୩ (ସ୍ବେଚ୍ଛାକୃତ ଭାବରେ ଆଘାତ ଦେବା), ୩୨୫ (ସ୍ବେଚ୍ଛାକୃତ ଭାବରେ ଗୁରୁତର ଆଘାତ), ୫୦୪ (ଶାନ୍ତି ଉଲ୍ଲଂଘନ ପାଇଁ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ (ଅପରାଧିକ ଭୟ) ଅନୁଯାୟୀ ବୁକ୍ କରାଯାଇଥିଲା। କୋର୍ଟ ଆଇପିସିର ଧାରା ୩୨୩ ଅନୁଯାୟୀ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Get real time updates directly on you device, subscribe now.