ମହାକୁମ୍ଭରେ ରୋଜଗାର ହେଲା ୩.୨୫ ଲକ୍ଷ କୋଟି ଟଙ୍କା, ଭାରତର ସବୁଠୁ ବଡ଼ ଅର୍ଥନୈତିକ ଆୟୋଜନ

ମହାକୁମ୍ଭ ୨୦୨୫ରେ ସମୁଦାୟ ରୋଜଗାର ହୋଇଛି ୩.୨୫ ଲକ୍ଷ କୋଟି ଟଙ୍କା।

ନୂଆଦିଲ୍ଲୀ: ମହାକୁମ୍ଭ ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମିକ ଆୟୋଜନ ସହ ଅର୍ଥନୈତିକ ଆୟୋଜନରେ ପରିଣତ ହୋଇଛି। ଏହା ଦେଶକୁ ଏବଂ ଉତ୍ତର ପ୍ରଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିଛି। ମହାକୁମ୍ଭ ୨୦୨୫ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି।

ଆଜି ମହାକୁମ୍ଭକୁ ୪୫ ଦିନ ପୂରିବା ସହ ୬୫ କୋଟି ଶ୍ରଦ୍ଧାଠୁ ଏଠାରେ ବୁଡ଼ ପକାଇଛନ୍ତି। ଏଥର ମହାକୁମ୍ଭରେ ୩.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରୋଜଗାର ହୋଇଛି। ଏହା ଭାରତର ସବୁଠୁ ଆର୍ଥିକ ଆୟୋଜନରେ ପରିଣତ ହୋଇଛି।

ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଉତ୍ସାହ ରହିଛି। ମେଳା ଆଜି ଶେଷ ଦିନ।ଏଥିରେ ସମୁଦାୟ ବାଣିଜ୍ୟ ୩.୨୫ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ପାଇଛି। ଅଯୋଧ୍ୟା, ବାରାଣାସୀ, ବିନ୍ଦୁଚାଲ, ଚିତ୍ରକୋଟ ଏବଂ ମହାରାଜ ସମେତ ଅନ୍ୟ ଧାର୍ମିକ ସ୍ଥାନରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଯାହା ସେଠାରେ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିଛି।