(Video) ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭକ୍ତିମୟ ପରିବେଶରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ଧାର୍ଯ୍ୟ ସମୟ ଠାରୁ 40 ମିନିଟ ବିଳମ୍ବ ।

ଭୁବନେଶ୍ବର: ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ରାତି 10 ଟା 40 ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କର ମହାଦୀପ ଉଠିଲା । ବ୍ରତଧାରୀମାନେ ମହାଦୀପକୁ ଦର୍ଶନ କରି ନିଜର ବ୍ରତ ସମାପନ କରିଛନ୍ତି ।

ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଶଙ୍ଖ, ହୁଳହୁଳିରେ ଉଠିଲା ମହାଦୀପ । ମହାଦୀପ ଦେଖିଲାପରେ ନିଜର ଉପବାସ ଭଙ୍ଗ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ ।

ଆଜି ପବିତ୍ର ମହାଦୀପ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ତେବେ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

ତେବେ ରାତି 10ଟାରେ ମହାଦୀପ ଉଠିବା ନେଇ ସ୍ଥିର କରାଯାଇଥିବା ବେଳେ 40 ମିନିଟ ବିଳମ୍ବରେ ମହାଦୀପ ଉଠିଛି । ଲିଙ୍ଗରାଜଙ୍କ ନୀତିକାନ୍ତିରେ ଅଳ୍ପ ବିଳମ୍ବ କାରଣରୁ ମହାଦୀପ ଉଠିବାରେ ମଧ୍ୟ ସାମାନ୍ୟ ବିଳମ୍ବ ହୋଇଛି ।

ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ମହାଦୀପ ନୀତି ଆରମ୍ଭ ହୋଇଥିଲା ।